ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଳବୈଶାଖି ପ୍ରଭାବରୁ ସୋମବାର ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ଝଡ଼ତୋଫାନ ହେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।

ସତର୍କ ସୂଚନା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ବାଲେଶ୍ୱର, ଭଦ୍ରକ, କୋରାପୁଟ, ମାଲକାନଗିରି ଏବଂ ମୟୂରଭଞ୍ଜ। ଏହି ସ୍ଥାନଗୁଡ଼ିକରେ ସାମାନ୍ୟ ବଜ୍ରପାତ ସହ ବର୍ଷା, ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି।

ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ। ଅପରାହ୍‌ଣ ୪.୩୦ରୁ ସନ୍ଧ୍ୟା ୭.୩୦ ଭିତରେ ଝଡ଼ତୋଫାନ ହେବା ନେଇ ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ତେବେ ଏହି ସମୟରେ ଘରୁ ନବାହାରିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ କରିଛି।

Comment