ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପଞ୍ଜାବୀ ସିଙ୍ଗର ଦିଲଜିତ, ଅଭିନେତ୍ରୀ ଦିଲଜିତଙ୍କ ଆଗାମୀ କମେଡି ଫିଲ୍ମ ‘ଅର୍ଜୁନ ପଟିୟାଲା’ର ପ୍ରଥମ ଗୀତ ରିଲିଜ ହୋଇଛି। ଗୀତରେ ଦିଲଜିତ ଓ କ୍ରିତି ବିନ୍ଦାସ ଅନ୍ଦାଜରେ ପାର୍ଟି ମୁଡରେ ନଜର ଆସିଛନ୍ତି। ଗୀତରେ ଫୁଲ୍ ଅନ୍ ଏଣ୍ଟରଟେନମେଣ୍ଟ ଭରି ରହିଛି। ଏହାକୁ ଗାଇଛନ୍ତି ସିଙ୍ଗର ଗୁରୁ ରାନ୍ଧଓ୍ୱା। ସୋସିଆଲ ମିଡିଆରେ ଏହାକୁ ଖୁବ୍ ପସନ୍ଦ କରାଯାଉଛି।

ଫିଲ୍ମରେ କ୍ରିତି ଜଣେ କ୍ରାଇମ ରିପୋର୍ଟର ଭୂମିକାରେ ନଜର ଆସିବେ। ଦିଲଜିତ ଜଣେ ପୋଲିସ ଅଫିସର ଭୂମିକାରେ ଦେଖାଯିବେ। ଏଥିରେ ତାଙ୍କ ନାଁ ରହିଛି ଅର୍ଜୁନ।

ଜୁନ ୧୯ରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହେବା ସହିତ ଫିଲ୍ମ ରିଲିଜ ଡେଟ ମଧ୍ୟ ଘୋଷଣା ହୋଇଥିଲା।

ଜୁଲାଇ ୨୬ ତାରିଖରେ ଫିଲ୍ମଟି ରିଲିଜ ହେବ। ପୋଷ୍ଟର ଏବଂ ଟ୍ରେଲର ଦେଖି ଜଣାପଡ଼ୁଛି ଯେ ଫିଲ୍ମରେ ଫୁଲ ଅନ ଡ୍ରାମା ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଜୁଗରାଜ।

ଅଭିନେତ୍ରୀ କ୍ରିତି ନିକଟରେ ରିଲିଜ ହୋଇଥିବା ଫିଲ୍ମ ଲୁକାଛୁପିରେ ନଜର ଆସିଥିଲେ। ତାଙ୍କ ଅଭିନୀତି ଏହି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥିଲା। ସେହିପରି ସିଙ୍ଗର ତଥା ଅଭିନେତା ଦିଲଜିତ ଅକ୍ଷୟ କୁମାରଙ୍କ ଫିଲ୍ମ ଗୁଡନ୍ୟୁଜରେ ନଜର ଆସିବେ।

Comment