ଓଡ଼ିଶାଲାଇଭ୍ ବ୍ୟୁରୋ

ଜରରେ ପୀଡ଼ିତ ଅଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ଅଣସର ଗୃହରେ ମହାପ୍ରଭୁଙ୍କ ଗୋପନ ସେବା ଚାଲିଛି। ମହାପ୍ରଭୁଙ୍କ ଅଙ୍ଗରେ ଫୁଲୁରି ତେଲ ଲାଗିବା ପଣେ ମହାପ୍ରଭୁ ଧୀରେଧୀରେ ସୁସ୍ଥ ହେଉଛନ୍ତି। ମହାପ୍ରଭୁ କେମିତି ଜଲଦି ସୁସ୍ଥ ହେବେ ସେଥିପାଇଁ ମହାପ୍ରଭୁଙ୍କ ମାମୁଘର କୁହାଯାଉଥିବା କାକଟପୁରର ବିଶ୍ୱାମିତ୍ରଙ୍କ ଆଶ୍ରମ ଓ ଏନ୍ତୁଡ଼ିଶାଳ କୁହାଯାଉଥିବା ଦେଉଳି ମଠ ପକ୍ଷରୁ ଶ୍ରୀମନ୍ଦିରକୁ ପଠାଯାଇଛି ଅନେକ ଫଳଭାର। ଏହାସହ ଶ୍ରଦ୍ଧାଳୁମାନେ ନିଜ ବାଡ଼ିରୁ ବିଭିନ୍ନ ଫଳ ମଧ୍ୟ ପଠାଇଥାନ୍ତି।

କାକଟରପୁରରୁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଫଳଭାର ପଠାଇଛନ୍ତି। ପୂଜାପାଠ ଓ ନାମ ସଙ୍କିର୍ତ୍ତୀନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କଦଳୀ, ଖଜୁରି, ନଡ଼ିଆ, ସପୁରୀ, ଭଣ୍ଡା, ଆମ୍ବ, ପଣସ, ପିଜୁଳି ଆଦି ଫଳଭାର ପଠାଯାଏ।  ଏହା ଖାଇବା ପରେ ମହାପ୍ରଭୁ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।

ଏହା ପୂର୍ବରୁ ମହାପ୍ରଭୁଙ୍କୁ ପଣା ଦିଆଯାଉଥିଲା। ଏହାସହ ବିଭିନ୍ନ ଚେରମୂଳୀ ପ୍ରୟୋଗରେ ମହାପଭୁଙ୍କ ଜରର ନିରାକରଣ କରାଯାଇଥାଏ।

ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ସୁସ୍ଥ ହେବେ ମହାପ୍ରଭୁ। ଶ୍ରଦ୍ଧାଳୁଙ୍କୁ ନବଯୌବନ ଦର୍ଶନ ଦେବେ ମହାପ୍ରଭୁ।

Comment