ଓଡ଼ିଶାଲାଇଭ ବ୍ୟୁରୋ

ଆମେରିକା ବୈଦେଶିକ ସଚିବ ମାଇକ ପୋମ୍ପିୟୋ ପ୍ରଥମଥର ଭାରତ ଗସ୍ତ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀରେ ପହଞ୍ଚି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ମୋଦି ଓ ପୋମ୍ପିୟୋଙ୍କ ଏହି ଭେଟଘାଟ ନୂଆଦିଲ୍ଲୀର ସେଭେନ୍ ଲୋକମାନ୍ୟ ମାର୍ଗରେ ହୋଇଛି।

ସାକ୍ଷାତ ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲା ମଧ୍ୟ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଅବସରରେ ଦ୍ୱିପାକ୍ଷିକ ସଂପର୍କ ନେଇ ଆଲୋଚନା ହୋଇଛି । ଆଲୋଚନାର ମୁଖ୍ୟ ପ୍ରସଙ୍ଗ ମଧ୍ୟରେ ରହିଛି ଆତଙ୍କବାଦ, ଇରାନ ଓ ଆଂଟି ଏୟାରକ୍ରାଫ୍ଟ ସିଷ୍ଟମ ଏସ-୪୦୦ ।

ଋଷ ଠାରୁ ଭାରତ ଏସ-୪୦୦ ଆଂଟି ମିଜାଇଲ୍ ଟ୍ୟାଙ୍କ୍ କିଣିବା ନେଇ ଭାରତ ଉପରେ ଖୁସି ନାହିଁ ଆମେରିକା। ମୋଦିଙ୍କ ସହ ପୋମ୍ପିଓଙ୍କ ଏନେଇ ଆଲୋଚନା ହେବ। ବୈଠକ ପରେ ଭାରତ ଓ ଆମେରିକା ସଂପର୍କ ପୂର୍ବପରି ଦୃଢ ରହିବ ବୋଲି ଅନୁମାନ କରାଯାଉଛି।

Comment