ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୨୫ ରନ୍‌ରେ ଭାରତର ବିରାଟ ବିଜୟ।

ଭାରତର କ୍ରମାଗତ ପଞ୍ଚମ ବିଜୟ। ଆଇସିସି ବିଶ୍ଵକପର ୩୪ତମ ମ୍ୟାଚରେ ଗୁରୁବାର ମାଞ୍ଚେଷ୍ଟରରେ ଓ୍ଵେଷ୍ଟଇଣ୍ଡିଜକୁ ଭେଟିଥିଲା ଭାରତ। ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ଭାରତ ୭ ୱିକେଟ୍‌ ହରାଇ ୨୬୮ ରନ୍‌ ସଂଗ୍ରହ କରିଥିଲା। ତେବେ ୨୬୯ ରନ୍‌କୁ ଚେସ୍‌ କରି ଓ୍ଵେଷ୍ଟଇଣ୍ଡିଜ ଟିମ୍‌ ୧୪୩ ରନ୍‌ରେ ଆଣ୍ଠେଇଛି। ଏଥିସହିତ ଭାରତ ଚଳିତ ବିଶ୍ୱକପ୍‌ରେ ପଞ୍ଚମ ଥର ପାଇଁ ବିଜୟ ଲାଭ କରିଛି।

ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ଦଳ ପକ୍ଷରୁ ଲୋକେଶ ରାହୁଲ ୪୮(୬୪), ରୋହିତ ଶର୍ମା ୧୮(୨୩), ବିରାଟ କୋହଲି ୭୨(୮୨), ଏମ୍‌ଏସ୍‌ ଧୋନି ୫୬(୬୧), ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୪୬(୩୮) ରନ୍‌ ବଳରେ ଟିମ୍‌ ଇଣ୍ଡିଆ ୨୬୮ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା।

ଅନ୍ୟପକ୍ଷରେ ଓ୍ଵେଷ୍ଟଇଣ୍ଡିଜ୍‌ ଦଳ ୨୬୮ ରନ୍‌କୁ ଚେସ୍‌ କରି ମାତ୍ର ୧୪୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଭାରତୀୟ ବୋଲରଙ୍କ ଦୁର୍ଦ୍ଦଶ ବୋଲିଂରେ ଇଣ୍ଡିଜ୍‌ ଟିମ୍‌ର ଗୋଟିଏ ପରେ ୱିକେଟ୍‌ ଘାଇଲା ହୋଇ ପାଭିଲିୟନ ଫେରିଥିଲେ। ଟିମ୍‌ ଇଣ୍ଡିଆର ମହମ୍ମଦ ସାମି(୪), ଜସପ୍ରିତ ବୁମ୍‌ରା(୨) ଏବଂ ଯୂଜୁବିନ୍ଦ୍ର ଚହଲ(୨)ଙ୍କ ଚମତ୍କାର ବୋଲିଂ ବଳରେ ଭାରତ ଏହି ବିରାଟ ବିଜୟ ଲାଭ କରିଛି।

Comment