ଓଡ଼ିଶାଲାଇଭ୍ ବ୍ୟୁରୋ

ମୌସୁମୀ ଓଡ଼ିଶାକୁ ଛୁଇଁ ଦେଇ କେଉଁଠି ହଜିଯାଇଛି। ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେବେ ଆସନ୍ତା ୩୦ ତାରିଖରୁ ମୌସୁମୀ ବର୍ଷାରେ ଓଦା ହେବ ଓଡ଼ିଶା। ତେବେ ଏହା ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖି ପ୍ରଭାବରୁ ଝଡ଼ତୋଫାନ ଦେଖାଦେଇଛି। ଆଜି ରାଜ୍ୟର କେତେକ ସ୍ଥାନରେ ଭୀଷଣ ବଜ୍ରପାତ ସହ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ତେଣୁ ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ସତର୍କ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ବାଲେଶ୍ୱର, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କେଉଁଝର, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ନୟାଗଡ଼, ପୁରୀ, ରାୟଗଡ଼ା ଏବଂ ସୁନ୍ଦରଗଡ଼। ଏହି ସବୁ ସ୍ଥାନଗୁଡ଼ିକରେ ଅପରାହ୍‌ଣ ୨.୪୫ରୁ ସନ୍ଧ୍ୟା ୫.୪୫ ଯାଏଁ ବର୍ଷା ସାଙ୍ଗକୁ ଝଡ଼ତୋଫାନ ହେବ ବୋଲି ଆଶଙ୍କା କରାଯାଉଛି। ଏହି ସମୟରେ ଘରୁ ବାହାରକୁ ନଆସିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

Comment