ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁଟିଂ ସେଟରେ ଆହତ ହୋଇଛନ୍ତି ସାଉଥ ସୁନ୍ଦରୀ ଅନୁଷ୍ମା। ଅନୁଷ୍କା ତାଙ୍କର ଆଗାମୀ ଫିଲ୍ମ ‘ସେରା ନରସିମହା ରେଡ୍ଡୀ’ର ଏକ ସିନ୍ ସୁଟିଂ କରିବା ବେଳେ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ଜଣାପଡ଼ିଛି। ନିକଟରେ ସେ ଏହି  ଦୁର୍ଘଟଣାର ସାମ୍ନା କରିଥିଲେ।

ତେବେ ରିପୋର୍ଟ ଅନୁସାରେ ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଦୁର୍ଘଟଣାରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସେଥିଲାଗି ସଂପୂର୍ଣ୍ଣ ବିଶ୍ରାମ ନେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ। ଅନୁଷ୍କା ଆହତ ଯୋଗୁଁ ଫିଲ୍ମର ସୁଟିଂ ଏବେ ବନ୍ଦ ରହିଛି।

ଅନୁଷ୍କାଙ୍କ ଏହି ଫିଲ୍ମ ବାହୁବଳି ପରେ ପ୍ରଥମ ଚର୍ଚ୍ଚିତ ଫିଲ୍ମ ହେବ ବୋଲି ଅନୁମାନ କରାଯାଉଛି।  ଫିଲ୍ମରେ ଅମିତାଭ ବଚ୍ଚନ, ନୟନତାରା ଓ ତମନ୍ନାଙ୍କୁ ବି ଦେଖିବାକୁ ମିଳିବ।

ନିକଟରେ ଏହାର ଟିଜର ରିଲିଜ ହୋଇଛି। ବାହୁବଳି ଭଳି ଏହି ଫିଲ୍ମ ବି ତେଲୁଗୁ ଓ ହିନ୍ଦୀ ଭାଷାରେ ରିଲିଜ ହେବ।

Comment