ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଆଉ ଏକ ରେକର୍ଡ କରିବାରେ ମାତ୍ର ୩୭ରନ ପଛରେ ରହିଛନ୍ତି। ନିକଟରେ ଦ୍ରୁତତମ ୧୧,୦୦୦ ଦିନିକିଆ ରନ କରିବାରେ ରେକର୍ଡ କରିଥିବା କୋହଲି ଅନ୍ତର୍ଜାତୀୟ କ୍ରିକେଟ(ଟେଷ୍ଟ, ଦିନିକିଆ ଓ ଟ୍ଵେଣ୍ଟି-୨୦)ରେ ଦ୍ରୁତତମ ୨୦,୦୦୦ରନ କରିବାରେ ୩୭ ରନ ପଛରେ ରହିଛନ୍ତି।

ଆଜି ମାଞ୍ଚେଷ୍ଟରରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ମହା ମୁକାବିଲା। ତେବେ ଏହି ମ୍ୟାଚ୍‌ରେ କୋହଲି ୩୭ରନ କଲେ ଏହି ରେକର୍ଡର ଅଧିକାରୀ ହେବେ। ଏହି ରେକର୍ଡ କରି ସେ ସଚିନ ତେନ୍ଦୁଲକର, ବ୍ରାଏନ ଲାରା, ଓ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇବେ। ତୃତୀୟ ଭାରତୀୟ ଭାବେ ସେ ଏହି ରେକର୍ଡର ଅଧିକାରୀ ହେବେ।

Comment