ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ଵକପର ୩୪ତମ ମ୍ୟାଚରେ ଗୁରୁବାର ମାଞ୍ଚେଷ୍ଟରରେ ଓ୍ଵେଷ୍ଟଇଣ୍ଡିଜ-ଭାରତ ମୁହାଁମୁହିଁ ହୋଇଛନ୍ତି। ତେବେ ଏହି ମ୍ୟାଚ୍‌ରେ କୋହଲି ଏବଂ ଧୋନିଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୨୬୮ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ଇଣ୍ଡିଜ୍‌ ଦଳ ଆଗରେ ୨୬୯ ରନ୍‌ର ବିଜୟଲକ୍ଷ୍ୟ।

ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଆରମ୍ଭରୁ ଟିମ୍‌ର ବିପର୍ଯ୍ୟୟ ଘଟିଥିଲା। ଦଳ ପକ୍ଷରୁ ଲୋକେଶ ରାହୁଲ ୪୮(୬୪), ରୋହିତ ଶର୍ମା ୧୮(୨୩), ବିରାଟ କୋହଲି ୭୨(୮୨), ଏମ୍‌ଏସ୍‌ ଧୋନି ୫୬(୬୧), ହାର୍ଦ୍ଦିକ ପାଣ୍ଡ୍ୟା ୪୬(୩୮) ରନ୍‌ ସଂଗ୍ରହ କରିଛନ୍ତି। ତେବେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୬୮ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଛି।

ଅନ୍ୟପକ୍ଷରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଓ୍ଵେଷ୍ଟଇଣ୍ଡିଜ୍‌ ଟିମ୍‌ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଇଣ୍ଡିଜ୍‌ ପକ୍ଷରୁ କେମାର ରୋଚ୍‌ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ସେଲ୍‌ଡନ ଏବଂ ଜସନ୍‌ ହୋଲ୍‌ଡରଙ୍କୁ ମିଳିଛି ୨ଟି ଲେଖାଏଁ ୱିକେଟ୍‌। ବର୍ତ୍ତମାନ ଓ୍ଵେଷ୍ଟଇଣ୍ଡିଜ୍‌ ୨୬୯ ରନ୍‌ର ଟାର୍ଗେଟ୍‌ ରହିଛି।

Comment