ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ କାଳ ଆଉ ୬ ମାସ ବଢ଼ାଇବାକୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଲୋକସଭାରେ ପ୍ରସ୍ତାବ ଆଗତ କରିଛନ୍ତି। ଶାହଙ୍କ କହିବା ମୂତାବିକ, ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ବିଧାନସଭା ଭଙ୍ଗ ହୋଇସାରିଛି। ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନ ଆୟୋଗ ରାଜ୍ୟରେ ପୁଣିଥରେ ନିର୍ବାଚନ କରିବାକୁ ଯାଉଛନ୍ତି। ସେଥିପାଇଁ ରାଜ୍ୟରେ ରାଷ୍ଟ୍ରପତି ଶାସନ କାଳ ଆଉ ୬ ମାସ ବଢ଼ାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ଶାହ।

୨୦୧୮ ଜୁନ ମାସରେ ଜମ୍ମୁ କାଶ୍ମୀରରେ ପଡିପି-ବିଜେପି ମେଣ୍ଟ ସରକାରରୁ ବିଜେପି ଓହରି ଯିବାପରେ ସରକାର ଭାଙ୍ଗିଯାଇଥିଲା। ଏହାପରେ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ନଭେମ୍ବର ୨୧ ତାରିଖରେ ଜାମ୍ମୁ କାଶ୍ମୀର ବିଧାନସଭା ଭାଙ୍ଗିଦେଇଥିଲେ।

ରାଜ୍ୟପାଳ ଶାସନ ଶେଷ ହେବା ପରେ ଗତ ଡିସେମ୍ବର ମାସଠାରୁ ଜମ୍ମୁ କାଶ୍ମୀରରେ ରାଷ୍ଟପତି ଶାସନ ଲାଗୁ ହୋଇଥିଲା। ଆସନ୍ତା ଜୁଲାଇ ୩ରୁ ରାଷ୍ଟ୍ରପତି ଶାସନ ଶେଷ ହେବାକୁ ଥିବା ବେଳେ ଏହାକୁ ଆହୁରି ୬ ମାସ ବୃଦ୍ଧି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ପ୍ରସ୍ତାବ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଅମିତ ଶାହଙ୍କ ପ୍ରଥମ ଥର ପାଇଁ ଲୋକସଭାରେ ପ୍ରସ୍ତବ ଆଗତ କରିଛନ୍ତି। ତେବେ ଗୃହରେ ଶାହଙ୍କ ଏହି ପ୍ରସ୍ତାବକୁ ଶାସକ ଦଳ ସମର୍ଥନ କରିଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି।

LEAVE A REPLY

Please enter your comment!
Please enter your name here