ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଜୀଉଙ୍କର ଆଜି ଚକା ବିଜେ ନୀତି। ଦଶମୀ ତିଥିରେ ମହାପ୍ରଭୁ ଚକା ଉପରେ ବିଜେ କରିବେ। ମହାପ୍ରଭୁଙ୍କ ମଧ୍ୟାହ୍ନ ଭୋଗ ସରିବା ପରେ ମେଲଣ ଦ୍ୱାର ଫିଟିବ। ଏହାପରେ ଦଇତାପତିମାନେ ମହାପ୍ରଭୁଙ୍କ ଗୁପ୍ତ କାର୍ଯ୍ୟ କରିବେ। ଏହାସହ ରାଜବୈଦ୍ୟ ମହାପ୍ରଭୁଙ୍କ ଲାଗି ଦଶମୂଳ ମହୋଷଧି ପ୍ରସ୍ତୁତ କରି ଗାରଦ ଗୃହରେ ଜମା କରିଛନ୍ତି। ଆସନ୍ତାକାଲି ଅର୍ଥାତ୍ ଏକାଦଶୀରେ ମହାପ୍ରଭୁଙ୍କୁ ଦଶମୂଳ ମହୋଷଧି ସେବନ କରାଯିବ। ଏବଂ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ। ଏ ସମସ୍ତ କାର୍ଯ୍ୟକ୍ରମ ଦଇତାପତି ସେବାୟତମାନେ ଗୋପନ ଭାବେ କରୁଛନ୍ତି।

ବୈଦରାଜମାନେ ବିଭିନ୍ନ ପ୍ରକାର ଚେରମୂଳି ବ୍ୟବହାର କରି ଦଶମୂଳ ପ୍ରସ୍ତୁତ କରିଥାନ୍ତି। ଏହା ଆସନ୍ତାକାଲି ସେବନ କରିବେ ମହାପ୍ରଭୁ।

Comment