ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଞ୍ଚ ହେଲା ଭାରତୀୟ କ୍ରିକେଟ୍‌ ଟିମ୍‌ର ନୂଆ ଜର୍ସି। ବହୁ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଥିବା କମଳା ରଙ୍ଗର ଜର୍ସି ଉପରୁ ବିସିସିଆଇ ଆଜି ପରଦା ଉଠାଇଛି। ଟୁଇଟ୍‌ରରେ ବସିସିଆଇ ଟିମ୍‌ ଇଣ୍ଡିଆର ଏହି ନୂଆ ଜର୍ସିକୁ ସେୟାର କରିଛି। ଏହି କମଳା ରଙ୍ଗର ଜର୍ସି ପିନ୍ଧି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ପଡ଼ିଆକୁ ଓହ୍ଲାଇବେ ବିରାଟ ବାହିନୀ।

ବିସିସିଆଇର ଅଫିସିଆଲ କିଟ୍ ସ୍ପନସର ନାଇକ୍‌ ପକ୍ଷରୁ ଏହି ନୂତନ ଜର୍ସିର ଡିଜାଇନ୍‌ କରିଛି। ଏହି ନୂଆ ଜର୍ସିର ଅଧିକାଂଶ ଅଂଶ କମଳା ରଙ୍ଗ ହୋଇଥିବା ବେଳେ, ଫ୍ରଣ୍ଟ ଏବଂ କଲର୍‌ ଗାଢ଼ ନୀଳ ରଙ୍ଗ ରହିଛି। ଏହି ଜର୍ସିରେ ଟିମ୍‌ ଇଣ୍ଡିଆ ଲଣ୍ଡନର ବର୍ମିଂହାମ୍‌ରେ ଝଲସିବ।

ଆଇସିସି ବିଶ୍ୱକପ୍ ମହାସମରର ୩୮ତମ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳକ ଏହି ନୂଆ ରଙ୍ଗ ଜର୍ସିରେ ଦେଖିବାକୁ ମିଳିବ। ଜୁନ ୩୦ରେ ଲଣ୍ଡନର ବିର୍ମଙ୍ଗ୍‌ହାମ୍‌ରେ ଏହି ମ୍ୟାଚ୍‌ ଖେଳାଯାଉଥିବା ବେଳେ ଦଳ ନୀଳ ଜର୍ସି ପରିବର୍ତ୍ତେ ନାରଙ୍ଗୀ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ।

ଭାରତ ଓ ଇଂଲଣ୍ଡ ଦଳର ଜର୍ସିର ରଙ୍ଗ ଏକ ପ୍ରକାରର ସମାନ ଦେଖାଯାଉଥିବାରୁ ଭାରତକୁ ନିଜର ଜର୍ସି ବଦଳାଇବାକୁ ପଡ଼ିଛି। ଆଇସିସି ନିୟମନୁସାରେ ଆୟୋଜକ ଦଳ ନିଜ ସ୍ଥାୟୀ ଜର୍ସି ପରିବର୍ତ୍ତେ ଅନ୍ୟ ଜର୍ସି ପିନ୍ଧି ପାରିବେନି। ତେଣୁ ଭାରତକୁ ହିଁ ନିଜର ଜର୍ସି ବଦଳାଇବାକୁ ପଡିଛି।

Comment