ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ୫ଦିନ ପରେ ରଥଯାତ୍ରା। ଅଣସର ଗୃହରେ ଚାଲିଛି ମହାପ୍ରଭୁଙ୍କ ଗୋପନ ସେବା। ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କର କରୁଛନ୍ତି ସେବା। ଆଜି ଏକାଦଶୀରେ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ। ଗମ୍ଭାରୀ, ଗୋଖରା, ଫଣଫଣା, ଶାଳପନ୍ନି, କୃଷ୍ଣପନ୍ନି, ଅଗବଥୁ, ଲବିଂ କୋଳି, ଅଙ୍କରାନ୍ତି, ବେଲ ଓ ନବାଙ୍କୁରୀକୁ ମିଶାଇ ଏହି ଦଶମୂଳ ପ୍ରସ୍ତୁତ ହୋଇଥାଏ। ଏହି ଦଶମୂଳକୁ ମୋଦକ ଭଳି କରି ମହାପ୍ରଭୁଙ୍କୁ ଲାଗି କରାଯାଏ।

ଶୁକ୍ରବାର ଦଶମୀ ତିଥିରେ ଏହି ଦଶମୂଳକୁ ଶ୍ରୀମନ୍ଦିର ଗାରଦରେ ଜମା କରାଯାଇଥିଲା।

ଦେବସ୍ନାନ ପୂର୍ଣ୍ଣିମାଠୁ ଆାମ୍ଭ କରି ଆଷାଢ଼ କୃଷ୍ଣ ଦଶମୀ ଯାଏଁ ମହାପ୍ରଭୁ ଧଳାବସ୍ତ୍ର ପିନ୍ଧିଥାନ୍ତି। କୃଷ୍ଣ ଏକାଦଶୀରେ ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବେ।

ଆଜି ଅଣସର ଗୃହରେ ପ୍ରଥମ ତୁଳସୀ ଲାଗି ହେବେ ଶ୍ରୀବିଗ୍ରହ। ଅଣସର ଗୃହରେ ଥିବାରୁ ମହାପ୍ରଭୁଙ୍କୁ ରଙ୍ଗୀନ ପୁଷ୍ପ ଓ ତୁଳସୀ ଲାଗୁ ହେଉନାହିଁ। କେବଳ ଧଳା ପୁଷ୍ପ ଲାଗି ହେଉଛି।

ଖଳିଲାଗି ଏକାଦଶୀରେ ଅଣସର ଗୃହରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଖଣ୍ଡୁଆ ପାଟ, ରଙ୍ଗୀନ ପୁଷ୍ପ ଓ ତୁଳସୀ ଲାଗି ହେବ।

Comment