ଓଡ଼ିଶାଲାଇଭ୍ ବ୍ୟୁରୋ

ଏକ ସର୍ଭେ ରିପୋର୍ଟ ଅନୁସାରେ ଭାରତର ଜନସଂଖ୍ୟାର ୨୫ ପ୍ରତିଶତ ଆଲର୍ଜି ଦ୍ୱାରା ପୀଡ଼ିତ। ସେମାନଙ୍କ ମଧ୍ୟରୁ ୫ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଆଲର୍ଜି ପରବର୍ତ୍ତୀ ସମୟରେ ଆଜମା ପାଲଟିଯାଇଥାଏ। ଯଦିଓ ଆଲର୍ଜି ପାଇଁ ସେମିତି କିଛି ମାସ ନଥାଏ ତେବେ ଗରମ ଦିନରେ ପ୍ରବଳ ଖରା ଯୋଗୁଁ ଆଲର୍ଜି ମାମଲା ବଢ଼ିଯାଏ।

ଏହି ସମୟରେ ବାୟୁ ହାଲକା ହେବା ଯୋଗୁଁ ପରାଗରେଣୁ, ଧୂଳି, ମାଟି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ତୀବ୍ରଗତିରେ ସ୍ଥାନାନ୍ତରିତ ହୋଇଥାନ୍ତି। ଏପରିସ୍ଥଳେ ଗରମ ଦିନରେ ଆଲର୍ଜିରୁ କିଭଳି ରକ୍ଷା ପାଇବେ ଜାଣନ୍ତୁ।

-ଗରମ ହେଲେ ମଧ୍ୟ ଦିନବେଳା ବାହାରକୁ ବାହାରିବା ସମୟରେ ନାକରେ ରୁମାଲ ବା କପଡ଼ା ବାନ୍ଧି ବାହାରନ୍ତୁ।

-ଆପଣଙ୍କୁ ସୁହାଉ ନଥିବା ୠତୁକାଳୀନ ଫଳକୁ ଖାଆନ୍ତୁ ନାହିଁ। ସେଥିଯୋଗୁଁ ଆଲର୍ଜି ହେବାର ଆଶଙ୍କା ଅଧିକ ଥାଏ।

-ସେହିପରି ବିଭିନ୍ନ ସ୍ଥାନରେ ମିଳୁଥିବା ଦହିପାଣି, ଘୋଳ ସରବତକୁ ପିଅନ୍ତୁ ନାହିଁ। କାରଣ ତା’ ଦ୍ୱାରା ଉଭୟ ଆଲର୍ଜି ଓ ସଂକ୍ରମଣ ହେବାର ଆଶଙ୍କା ରହିଥାଏ।

-ବାହାରେ ଯଥାସମ୍ଭବ ଫାଷ୍ଟଫୁଡକୁ ଏଡ଼ାଇ ଚାଲନ୍ତୁ। କାରଣ ଅତ୍ୟଧିକ ଗରମରେ ଅଣ୍ଡା ଓ ଚିକେନ୍ ଖାଇଲେ ମଧ୍ୟ ତାହାଦ୍ୱାରା ଆଲର୍ଜି ହୋଇଥାଏ।

Comment