ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଓ ଟେଲି ଦୁନିଆର ବହୁ ଲୋକପ୍ରିୟ ଅଭିନେତ୍ରୀ ସିଙ୍ଗିଲ୍ ମଦର ଭାବେ ବେଶ୍ ଜଣାଶୁଣା। ପୂଜା ବେଦୀଙ୍କଠାରୁ ଆରମ୍ଭ କରି କାମ୍ୟା ପଞ୍ଜାବୀଙ୍କ ଯାଏଁ ସିଙ୍ଗିଲ୍ ମଦର୍ ଭାବେ ସଫଳ ମଧ୍ୟ ହୋଇଛନ୍ତି।

ଆସନ୍ତୁ କିଛି ସିଙ୍ଗଲ୍ ମଦର ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା ।

ପୂଜା ବେଦୀ

ଉଭୟ ବଡ଼ ପରଦା ଓ ଛୋଟ ପରଦାରେ ନିଜର ସେକ୍ସି ଜଲୱା ଓ ଅଭିନୟ ପାଇଁ ଚର୍ଚ୍ଚିତା ପୂଜା ବେଦୀ ୧୯୯୪ରେ ଫରହାନ୍ ଆବ୍ରାହାମଙ୍କୁ ବିବାହ କରିଥିଲେ। ବିବାହର ପ୍ରାୟ ୯ ବର୍ଷ ପରେ ଅର୍ଥାତ୍ ୨୦୦୩ରେ ଉଭୟଙ୍କର ଡିଭର୍ସ ହୋଇଥିଲା। ପୂଜା ବେଦୀ ୧୯୯୭ରେ କନ୍ୟା ଆଲିଆ ଓ ୨୦୦୦ରେ ପୁଅ ଉମରକୁ ଜନ୍ମ  ଦେଇଥିଲେ। ସେ ସିଙ୍ଗିଲ୍ ମଦର ଭାବେ ପାଳନ ପୋଷଣ କରିଛନ୍ତି ଦୁଇ ସନ୍ତାନଙ୍କର। ପୂଜା କହନ୍ତି ଯେ, ସେ ତାଙ୍କ ପିଲାମାନଙ୍କୁ ଯଥେଷ୍ଟ ସ୍ଵାଧୀନତା ଦେଇଛନ୍ତି ଓ ସେମାନଙ୍କୁ ଉତ୍ତମ ସଂସ୍କାରୀ ହେବାର ପରାମର୍ଶ ବି ଦେଇଛନ୍ତି।

ଉର୍ବସି ଢୋଲ୍‌କିୟା

ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ଉର୍ବସି ଢୋଲ୍‌କିୟା ମାତ୍ର ୧୬ ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଖାଲି ସେତିକି ନୁହେଁ ସେ ୧୭ ବର୍ଷ ବୟସରେ ମାତୃତ୍ଵ ଲାଭ ମଧ୍ୟ କରିଥିଲେ। ବିବାହର ମାତ୍ର ଦେଢ଼ ବର୍ଷ ପରେ ଉର୍ବସି ସ୍ଵାମୀଙ୍କଠାରୁ ଅଲଗା ରହିବାର ନିଷ୍ପତ୍ତି ନେଇଥିଲେ। ତାଙ୍କର ଦୁଇ ପୁଅ। ସେ ସିଙ୍ଗିଲ୍ ମଦର ସାଜି ଦୁଇ ପୁଅଙ୍କର ଉତ୍ତମ ଲାଳନପାଳନ କରିଛନ୍ତି।

ଦଲଜିତ୍ କୌର

ଛୋଟ ପରଦାର ଜଣେ ଜଣାଶୁଣା ଅଭିନେତ୍ରୀ ଦଲଜିତ୍ କୌର। ଯାହାକୁ ଦର୍ଶକ ‘ଇସ୍ ପ୍ୟାର୍‌କୋ କ୍ୟା ନାମ୍ ଦୁଁ’ ଓ ‘କୂଳବଧୂ’ରେ ଦେଖିବାକୁ ପାଇଥିଲେ। ସେ ୨୦୦୯ରେ ସାଲିନ୍ ଭାନୋଟ୍‌ଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୫ରେ ସେ ସ୍ଵାମୀଙ୍କଠୁ ଅଲଗା ହୋଇଗଲେ। ସ୍ଵାମୀଙ୍କ ସହିତ ଦଲଜିତ୍‌ ‘ନଚ୍ ବଲିୟେ-୪’ ରିଏଲିଟି ସୋ’ରେ ବିଜୟିନୀ ହୋଇଥିଲେ। ଉଭୟଙ୍କର ଏକ ପୁଅ  ତେଜ୍ ଅଛି। ଦଲଜିତ୍ ତେଜ୍‌ର ପାଳନପୋଷଣ କରୁଛନ୍ତି।

ପୁନମ୍ ଢିଲୋଁ

‘ନୁରୀ’ ଫିଲ୍ମ ଜରିଆରେ ବଲିଉଡ଼ରେ ଏଣ୍ଟ୍ରି ନେଇଥିବା ନାୟିକା ପୁନମ୍ ଢିଲୋଁ ପରବର୍ତ୍ତୀ ସମୟରେ ବେଶ୍ ପ୍ରତିଷ୍ଠା ଅର୍ଜନ କରିଥିଲେ। ସେ ୧୯୯୮ରେ ଜଣାଶୁଣା ପ୍ରଯୋଜକ ଅଶୋକ ଠାକେରିଆଙ୍କୁ ବିବାହ କରିଥିଲେ। ଏହାର ପ୍ରାୟ ୯ ବର୍ଷ ପରେ ଅର୍ଥାତ୍ ୧୯୯୭ରେ ପୁନମ୍ ଅଶୋକଙ୍କଠାରୁ ସମ୍ପର୍କ ଛିନ୍ନ କରିଥିଲେ। ପୁନମ୍ ନିଜ ପୁଅ ପଲେମା ଓ ଝିଅ ଅନମୋଲଙ୍କ ଯତ୍ନ ଦେଇଛନ୍ତି ସିଙ୍ଗିଲ୍ ମଦର ଭାବେ।

ଶ୍ୱେତା ତିୱାରି

ଟେଲି ଜଗତର ବହୁ ଚର୍ଚ୍ଚିତ ଅଭିନେତ୍ରୀ ଶ୍ୱେତା ତିୱାରି ବେଶ୍ କିଛି ବର୍ଷ ଧରି ସିଙ୍ଗିଲ୍ ମଦର ଥିଲେ। ସେ ପ୍ରଥମେ ଅଭିନେତା ରାଜାଙ୍କୁ ବିବାହ କରିଥିଲେ। ୨୦୦୭ରେ ସେ ରାଜାଙ୍କୁ ଡିଭର୍ସ ଦେଇଥିଲେ। ଏହା ପରେ ଶ୍ୱେତା ଝିଅ ପଲକର ପାଳନ ନିଜେ କରିଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ସେ ୨୦୧୩ରେ ଅଭିନବ କୋହଲିଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

ମାନିନୀ ମିଶ୍ରା

ଟେଲି ଜଗତର ଲୋକପ୍ରିୟ ମାନିନୀ ମିଶ୍ରା ଦୁଇ ଥର ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ଅସଫଳ ହେବା ବେଳକୁ ଝିଅ ଦୈନରେଙ୍କର ବୟସ ଥିଲା ୪ ବର୍ଷ। ସେ ସିଙ୍ଗିଲ୍ ମଦର ଭାବେ ଝିଅର ଲାଳନପାଳନ କରିଥିଲେ। ୨୦୦୪ରେ ମାନିନୀ ଅଭିନେତା ମିହିର ମିଶ୍ରଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

ଅଚିନ୍ତ କୌର

‘କ୍ୟୁକି ସାସ୍ ଭି କଭି ବୋହୂ ଥି’ ଫେମ୍ ମନ୍ଦିରା ଓରଫ୍ ଅଚିନ୍ତ କୌର ମଧ୍ୟ ଜଣେ ସିଙ୍ଗିଲ୍ ମଦର। ତାଙ୍କ ପୁଅର ବୟସ ୨୪ ବର୍ଷ। ସ୍ଵାମୀଙ୍କଠୁ ଡିଭର୍ସ ନେବା ପରେ ଅଭିନେତା ମୋହନ କରନଙ୍କ ସହିତ ପ୍ରାୟ ୧୯ ବର୍ଷ ଧରି ଲିଭ୍ ଇନ୍‌ରେ ରହିଥିଲେ ଅଚିନ୍ତ କୌର। ହେଲେ ଏବେ ସେ ପୁଅ ସହିତ ରହୁଛନ୍ତି।

ମୋନା ଆମ୍ବେଗାଓଁକର

ଛୋଟ ପରଦାର ନାମକରା ଅଭିନେତ୍ରୀ ମୋନା ୨୦୦୫ରେ ଏକ କନ୍ୟା ସନ୍ତାନର ଜନନୀ ହୋଇଥିଲେ। ହେଲେ ସେ ନିଜ ସ୍ୱାମୀଙ୍କ କଥା ଜଣାଇ ନାହାନ୍ତି। କିନ୍ତୁ ଝିଅର ପାଳନ କରିଛନ୍ତି ସିଙ୍ଗିଲ୍ ମଦର ହିସାବରେ।

କାମ୍ୟା ପଞ୍ଜାବୀ

ଟେଲି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ବଣ୍ଟିବେନୀଙ୍କୁ ବାହା ହୋଇଥିଲେ। ୨୦୦୯ରେ ସେ ଏକ କନ୍ୟା ‘ଆରା’ର  ମାଆ ହୋଇଥିଲେ। ୨୦୧୩ରେ ସ୍ୱାମୀଙ୍କୁ ଡିଭର୍ସ ଦେବା ପରେ ସିଙ୍ଗିଲ୍ ମଦର ହୋଇଯାଇଛନ୍ତି କାମ୍ୟା।

Comment