ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅରେଞ୍ଜ ଜର୍ସିରେ ବିରାଟ ବାହିନୀ। ଆସନ୍ତାକାଲି ବର୍ମିଂହାମ୍‌ରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଅରେଞ୍ଜ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ। ଏନେଇ ଗତକାଲି ବିସିସିଆଇ ପକ୍ଷରୁ ଜର୍ସି ଲଞ୍ଚ ହୋଇଥିବା ବେଳେ ଆଜି ସେଇ ଜର୍ସି ପିନ୍ଧି ଫଟୋସୁଟ୍‌ କରିଛନ୍ତି ବିରାଟ ବାହିନୀ। ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନୂଆ ଜର୍ସି ପିନ୍ଧି ଟିମ୍‌ ଇଣ୍ଡିଆର ଖେଳାଳୀମାନେ ସୋସିଆଲ ମିଡିଆରେ ନିଜ ଫଟୋ ସେୟାର କରିଛନ୍ତି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜ ଟୁଇଟରରେ ଏନେଇ ଏକ ଫଟୋ ପୋଷ୍ଟ କରିଛନ୍ତି। ବିସିସିଆଇର ଅଫିସିଆଲ କିଟ୍ ସ୍ପନସର ନାଇକ୍‌ ଏହି ନୂତନ ଜର୍ସିର ଡିଜାଇନ୍‌ କରିଛି। ଏହି ନୂଆ ଜର୍ସିର ଅଧିକାଂଶ ଅଂଶ କମଳା ରଙ୍ଗ ହୋଇଥିବା ବେଳେ, ଫ୍ରଣ୍ଟ ଏବଂ କଲର୍‌ ଗାଢ଼ ନୀଳ ରଙ୍ଗ ରହିଛି।

ଚଳିତ ବିଶ୍ୱକପ୍‌ର ୩୮ ତମ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ। ଏହି ମ୍ୟାଚ୍‌ରେ ବିରାଟ ବାହିନୀ କମଳା ରଙ୍ଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ।

Comment