ଓଡ଼ିଶାଲାଇଭ୍ ବ୍ୟୁରୋ

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୂପ ଅବର୍ଣ୍ଣନୀୟ ତାଙ୍କ ହସ୍ତ ଅପୂର୍ଣ୍ଣ, ପଦନଥାଇ ଅଛି, ଉଦର ପୃଥୁଳ ବା ବଡ଼, କଣ୍ଠାଗ୍ର ପ୍ରଶସ୍ତ, ଦୀର୍ଘ ନାଶା, ଚକ୍ଷୁ ଗୋଲାକାର ସୂର୍ଯ୍ୟମଣ୍ଡଳ ସମ, ମୁଖ ଲମ୍ବ ଓ ହସ ହସ କଳ୍ପନାରେ ଚତୁର୍ଭୁଜ ବୋଲି ଖ୍ୟାତ ପ୍ରତ୍ୟେକ ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଆୟୁଧ, ଯାହା ନିମ୍ନ ମାଧ୍ୟମର ପ୍ରତୀକ।

 

ଶ୍ରୀଜଗନ୍ନାଥଙ୍କୁ ବାଦଦେଇ ଓଡ଼ିଆଜାତି ଓ ଓଡ଼ିଆଜାତିକୁ ବାଦ୍ ଦେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଆତ୍ମୀୟଭାବରେ ଗ୍ରହଣ କରିବାର ପରମ୍ପରା କଳ୍ପନାତିତ। ମହାପ୍ରଭୁଙ୍କୁ ମାଦଳାପାଞ୍ଜିରେ ବାରମ୍ବାର ପରମେଶ୍ୱର ବୋଲି ଉଲ୍ଲେଖ ରହିଛି। ଏହି ନାମଟି ପାତାଳି ପ୍ରକ୍ରିୟା ସମୟରେ ଉଲ୍ଲେଖ ରହିଛି।

ଦେଉଳକରଣଙ୍କ ଲେଖାର କାରଣ ଯେ ସେତେବେଳେ ପରମେଶ୍ୱର ବାସ୍ତବରେ ଶ୍ରୀଜଗନ୍ନାଥ ଅନନ୍ତ। ପୂଜାବିଧିରେ ଶ୍ରୀଜଗନ୍ନାଥ ନୃସିଂହ ମନ୍ତ୍ରରେ ପୂଜାପାଇବାର ବିଧି ରହିଛି। କିନ୍ତୁ ସେ ହିଁ ବିଶ୍ୱକର୍ତ୍ତା ଆଦି ନୃସିଂହ ଏଥିରେ ଦ୍ୱିମତ ନାହିଁ। ସର୍ବଶେଷ ଅଦ୍ଭୁତ ବିଶ୍ୱାସ ସେ ମହାଭୈରବ, ତାନ୍ତ୍ରିକମାନଙ୍କ ବିଶ୍ୱାସ। ଗାଣପତ୍ୟମାନଙ୍କର ସେ ଗଣଦେବତା ଗଣପତି, ସେ କାଳକାଳ ମହାକାଳ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୂପ ଅବର୍ଣ୍ଣନୀୟ। ତାଙ୍କ ହସ୍ତ ଅପୂର୍ଣ୍ଣ, ପଦନଥାଇ ଅଛି, ଉଦର ପୃଥୁଳ ବା ବଡ, କଣ୍ଠାଗ୍ର ପ୍ରଶସ୍ତ, ଦୀର୍ଘ ନାଶା, ଚକ୍ଷୁ ଗୋଲାକାର ସୂର୍ଯ୍ୟମଣ୍ଡଳ ସମ, ମୁଖ ଲମ୍ବ ଓ ହସ ହସ। କଳ୍ପନାରେ ଚର୍ତୁଭୂଜ ବୋଲି ଖ୍ୟାତ। ପ୍ରତ୍ୟେକ ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଆୟୁଧ, ଯାହା ନିମ୍ନ ମାଧ୍ୟମର ପ୍ରତୀକ।

ଶଙ୍ଖ – ଶ୍ୱେତବର୍ଣ୍ଣ, ଶତ୍ୱଗୁଣର ପରିଚାୟକ। ମୂଳଅଗ୍ରଭାଗ ସୂକ୍ଷ୍ମ, ମଧ୍ୟଭାଗ ସ୍ଥୂଳ ବା ବୃହତ। ଏହି ଶଙ୍ଖର ନାମ ପାଂଚଜନ୍ୟ, ଏହା ସର୍ବଦା  ଭୂଃ, ଭୂବହଃ, ସ୍ୱଃ,ମହଃ ଓ ଜନଃ।

ଚକ୍ର – ମହାପ୍ରଭୁ ହସ୍ତରେ ଧାରଣ କରିଥିବା ଏହି ଚକ୍ରର ନାମ ସୁଦର୍ଶନ। ଏହା ପ୍ରଭୁଙ୍କ ହସ୍ତରେ ସର୍ବଦା ଘୂର୍ଣ୍ଣାୟମାନ ଓ ତେଜମୟ। ବର୍ଣ୍ଣ ରୌପ୍ୟବର୍ଣ୍ଣ।

ଗଦା – ବର୍ଣ୍ଣ ପିତ ନୀଳାଭ। ଏହା ତମୋଗୁଣର ପ୍ରତୀକ।

ପଦ୍ମ – ଲାଲ ବର୍ଣ୍ଣ, ପଦ୍ମ ରଜୋ ଗୁଣର ପରିଚାୟକ। ଏହା ଶାନ୍ତି ମୈତ୍ରୀର ପ୍ରତୀକ।

ଏହାବାଦ ମହାପ୍ରଭୁଙ୍କର ଆଉ ଦୁଇଟି ଆୟୁଧ ରହିଛି। ତାହା ନନ୍ଦନ ନାମକ ଖଡ୍‌ଗ ଓ ସାରଙ୍ଗ ନାମକ ଧନୁ। ଖଡ୍‌ଗ କଟି ଦେଶରେ ବିଦ୍ୟମାନ ଓ ଧନୁ ପୃଷ୍ଠ ଦେଶମଣ୍ଡନ କରିଥାଏ। ଖଡ୍‌ଗ ତ୍ରିତାପନାଶକ ଓ ଧନୁ ଦୁଷ୍ଟଦମନ କରିଥାଏ।

Comment