ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରାକୁ ଆଉ ୫ଦିନ। ରଥଯାତ୍ରା ଦେଖିବା ପାଇଁ ପୁରୀରେ ଗହଳ ଚହଳ ଆରମ୍ଭ ହୋଇଗଲାଣି। ରଥଯାତ୍ରା ଦିନ ଲକ୍ଷାଧିକ ଭକ୍ତ ହେବାର ସମ୍ଭାବନା ଥିବାରୁ  ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥଯାତ୍ରା ସମୟରେ ବାହାରୁ ଆସୁଥିବା ଦୁଇଚକିଆ ଓ ଚାରିଚକିଆ ଯାନବାହନ ପାର୍କିଂ ଏବଂ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦିଆଯାଇଛି। ଜାଣନ୍ତୁ କେଉଁପଟୁ ଆସିଲେ କେଉଁଠି ରଖିବେ ଗାଡ଼ି?

ପୂର୍ବବର୍ଷ ଭଳି ଏଥର ମଧ୍ୟ କମ୍ଭାରପଡ଼ା ଥାନା ଉପରେ ଏକ ସ୍ଵତନ୍ତ୍ର ଟ୍ରାଫିକ କଣ୍ଟ୍ରୋଲ ରୁମ ଖୋଲାଯିବ। ଏହା ନବଯୌବନ ବେଶଠୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ କାର୍ଯ୍ୟ କରିବ।

  • ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥ ଦେଇ ଆସୁଥିବା ବାହାର ଟୁରିଷ୍ଟ ବସ୍ ମାଳତି ପାଟପୁରଠାରେ ପାର୍କିଂ କରିବ।
  • ଭୁବନେଶ୍ଵର, କଟକ ଏବଂ କୋଣାର୍କ ପଟୁ ଆସୁଥିବା ନିୟମିତ ଘରୋଇ ବସ୍ ମାଳତିପାଟପୁରଠାରୁ ଆରଓବି ଦେଇ ତାଳବଣିଆଠାରେ ପାର୍କିଂ କରିବେ।
  • ଭୁବନେଶ୍ଵର ଓ କୋଣାର୍କ ପଟୁ ଆସୁଥିବା ଦୁଇ ଚକିଆ, ଚାରି ଚକିଆ ଯାନ ଜଗନ୍ନାଥ ବଲ୍ଲଭ, ମାଜଣା ଜାଗା, ଓଏସଆରଟିସି ଗ୍ୟାରେଜ, ଜିଲ୍ଲା ସ୍କୁଲ, ଏସସିଏସ କଲେଜ ପଡ଼ିଆରେ ପାର୍କିଂ କରିବେ।
  • ବ୍ରହ୍ମଗିରି ପଟୁ ଆସୁଥିବା ଯାନଗୁଡ଼ିକ ମଶାଣୀ ଚଣ୍ଡି ଛକ, ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିବେ।

ପୁରୀ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ଟ୍ରାଫିକ ଓ ପାର୍କିଂ କରାଯିବ। ଏହାସହ ଉତ୍ତରାଛକଠାରୁ ମାଳତିପାଟପୁର ପର୍ଯ୍ୟନ୍ତ ଅତ୍ୟାଧୁନିକ ସିସିଟିଭି ଲଗାଯିବ। ଏହାକୁ ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମ ସହ ଖଞ୍ଜା ଯିବ।

Comment