ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋର୍ଟରେ ଆପଣଙ୍କ କୌଣସି ମକଦ୍ଦମା ବିଚାରଧିନ ଅବସ୍ଥାରେ ଅଟକି ରହିଛି କି? କିମ୍ବା ଆପଣଙ୍କର କାହା ସହିତ କୌଣସି ବିବାଦ ରହିଛି କି? ତେବେ ଏହି ମକଦ୍ଦମା/ ବିବାଦର ଅତି ସହଜ ଏବଂ ଆପୋଷ ସହମତିରେ ସମାଧାନ ପାଇଁ ଲୋକ ଅଦାଲତଙ୍କ ସହାୟତା ନିଅନ୍ତୁ।

ଆସନ୍ତା ଜୁଲାଇ ୧୩ ତାରିଖରେ ଓଡ଼ିଶାରେ ଏକ ରାଷ୍ଟ୍ର-ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଓଡ଼ିଶା ହାଇକୋର୍ଟ ପରିସରରେ ତଥା ରାଜ୍ୟର ପ୍ରତ୍ୟେକ ଜିଲ୍ଲାସ୍ତରୀୟ ଏବଂ ତାଲୁକ୍‌ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଅନୁଷ୍ଠିତ ହେବ।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧୀନ ମକଦ୍ଦମାର ଆପୋଷ ସହମତିରେ ସମାଧାନ କରାଯାଇପାରିବ। ସମସ୍ତ ପ୍ରକାରର ମକଦ୍ଦମା ଯଥା, ଦେୱାନୀ, ଫୌଜଦାରୀ(ସାଲିସ୍‌ ଯୋଗ୍ୟ), ମୋଯର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ସ ଜଳ ଯୋଗାଣ, ପାରିବାରିକ. ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍‌ ବାଉନ୍ସ ମାମଲା, ଶ୍ରମ ବିବାଦ ଇତ୍ୟାଦି।

କେବଳ ବିଚାରଧୀନ ମକଦ୍ଦମା ନୁହେଁ, ପ୍ରାକ୍‌-ମକଦ୍ଦମା ସ୍ତରୀୟ(କଚେରୀ ଦାୟର ହୋଇନଥିବା) ସମସ୍ୟାର ସମାଧାନ ଏହି ଲୋକ ଅଦାଲତରେ ବିଚାର ହୋଇପାରିବ। ତେବେ ଏଥିପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ। ଯଦି କୌଣସି ବିଚାରଧିନ ମକଦ୍ଦମାର ସମାଧାନ ଲୋକ ଅଦାଲତରେ ହୁଏ, ତେବେ ଆଗରୁ ପଇଠ ହୋଇଥିବା କୋର୍ଟ ଖର୍ଚ୍ଚ ଫେରସ୍ତ ଦିଆଯିବ।

ଲୋକ ଅଦାଲତରେ ହୋଇଥିବା ସମସ୍ତ ଶୁଣାଣି ତଥା ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ।

ଦୀର୍ଘ ଦିନ ଧରି ଚାଲୁରହିଥିବା ମକଦ୍ଦମାର ସହଜ ସମାଧାନ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଲୋକ ଅଦାଲତର ସୁଯୋଗ ସଦୁପଯୋଗ କରିପାରିବେ। ଏନେଇ ଅଧିକ ଜାଣିବା ପାଇଁ ନିକଟସ୍ଥ ଅଦାଲତ କିମ୍ବା ତାଲୁକ ଆଇନ୍‌ ସେବା କାର୍ଯ୍ୟାଳୟରେ ଯୋଗାଯୋଗ କରିପାରିବେ।

Comment