ଓଡ଼ିଶାଲାଇଭ ବ୍ୟୁରୋ

ବିଜେପି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର ଘଟଣାର ତଦନ୍ତ ହେବ। ଏଥିପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ଘଟଣାର ତଦନ୍ତ ପାଇଁ ୪ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରି  ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନାରଦପୁର ଗାଁର ବାସୁଦେବ ବାରିକଙ୍କ ପୁଅ ସଚିନ କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଶନିବାର ଭୋର ସମୟରେ ପ୍ରାଣ ହରାଇଥିଲେ। ଚିକିତ୍ସା ବାବଦ ଟଙ୍କା ଦିଆ ଯାଇଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ଅର୍ଥ ଦାବି କରି ମୃତ ଦେହ ଛାଡ଼ିନଥିଲେ। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକ ମୋହନ ମାଝୀଙ୍କୁ ସଚିନଙ୍କ ପରିବାର ଲୋକ ଜଣାଇଥିଲେ।

ଏହାପରେ ମୋହନ ଚରଣ ମାଝୀ କଳିଙ୍ଗ ହସ୍ପିଟାଲର ଡିଜିଏମଙ୍କ ସହ ଆଲୋଚନା କରି ମୃତଦେହ ପରିବାରକୁ ଦେବା ପାଇଁ କହିଥିଲେ।

ମାତ୍ର ଟଙ୍କା ନଦେଲେ ମୃତଦେହକୁ ଛଡ଼ାଯିବ ନାହିଁ ବୋଲି ଡିଜିଏମ୍ ଓ ଆକାଉଣ୍ଟସ୍ କର୍ମଚାରୀମାନେ ମନା କରି ଦେଇଥିଲେ।  ତାଙ୍କୁ ଦୁର୍ବବ୍ୟହାର କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠୁ ଅପମାନିତ ହେବାପରେ ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

Comment