ଓଡ଼ିଶାଲାଇଭ ବ୍ୟୁରୋ
ଭାରତୀୟ ପ୍ରେସ ପରିଷଦ ପକ୍ଷରୁ ସମ୍ଵାଦିକତା ସ୍ତରରେ ସୁଧାର ଆଣିବା ପାଇଁ ଏବଂ ଏହାର ସ୍ଵତନ୍ତ୍ରତା ବଜାୟ ରଖିବା ପାଇଁ ସଂସଦ ଦ୍ଵାରା ଅଧ୍ୟାଦେଶ ଜାରି ହୋଇଛି। ଏହାଦ୍ଵାରା ପ୍ରିଣ୍ଟ ସାମ୍ଵାଦିକତା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ୧୬ ନଭେମ୍ଵର ରାଷ୍ଟ୍ରୀୟ ପ୍ରେସ ଦିବସ ଅବସରରେ ବିଭିନ୍ନ ଶ୍ରେଣୀର ସାମ୍ବାଦିକମାନଙ୍କୁ ସମ୍ନାନିତ କରିବା ପାଇଁ ରାଷ୍ଟ୍ରୀୟ ପୁରଷ୍କାର ପ୍ରଦାନ ଆରମ୍ଭ କରାଯାଇଛି।
ପୁରସ୍କାରରେ ପ୍ରମାଣ ପତ୍ର ସହ ନଗଦ ଅର୍ଥ ସାମିଲ ଅଛି। ସବୁ ସାମ୍ବାଦିକଙ୍କଠାରୁ ୩୦ ଅଗଷ୍ଟ ୨୦୧୯ ପ୍ରବେଶ ପତ୍ର ଆମନ୍ତ୍ରଣ କରାଯାଇଛି।
ପୁରସ୍କାର ଗୁଡିକ
- ଉତ୍କୃଷ୍ଟ ପତ୍ରକାରିତା ଲାଗି ରାଜା ରାମମୋହନ ରାୟ ରାଷ୍ଟ୍ରୀୟ ପୁରସ୍କାର – ଟ.୧୦୦,୦୦୦/-
- ଗ୍ରାମୀଣ ପତ୍ରକାରିତା – ଟ.୫୦,୦୦୦/-
- ବିକାଶ ସମ୍ଵନ୍ଧୀୟ ରିପୋର୍ଟିଂ – ଟ.୫୦,୦୦୦/-
- ଫଟୋ ପତ୍ରକାରିତା – ଏକକ ସମାଚାର ଚିତ୍ର-ଟ.୫୦,୦୦୦, ଫଟୋ ଫିଚର-ଟ.୫୦,୦୦୦
- ସର୍ବଶ୍ରଷ୍ଠ ଖବରକାଗଜ ଚିତ୍ରକଳା -କାର୍ଟୁନ ଓ ଚିତ୍ରକୁ କଭର କରି- ଟ.୫୦,୦୦୦
- ଖେଳ ରିପୋର୍ଟିଂ/ଖେଳ ଫଟୋ ଫିଚର – ଟ.୫୦,୦୦୦
- ଫାଇନାନ୍ସିଆଲ ରିପୋର୍ଟିଂ – ଟ.୫୦,୦୦୦
- ଲିଙ୍ଗ ସମ୍ଵନ୍ଧୀୟ ପ୍ରସଙ୍ଗ ରିପୋର୍ଟିଂ – ଟ.୫୦,୦୦୦
ଯୋଗ୍ୟତା, ପ୍ରକ୍ରିୟା ପ୍ରବେଶ ଫର୍ମ, ଘୋଷଣା ଫର୍ମ ଏବଂ ନିୟମ ଗୁଡିକକୁ ଦେଖିବାକୁ ଏବଂ ଡାଉନଲୋଡ କରିବାକୁ ଭାରତୀୟ ପ୍ରେସ ପରିଷଦ ଓ୍ଵେବସାଇଟ http://presscouncil.nic.in ଦେଖନ୍ତୁ।
ସମସ୍ତ ପ୍ରବେଶ ପତ୍ର ସଚିବ ଭାରତୀୟ ପ୍ରେସ ପରିଷଦ, ସୂଚନା ଭବନ, ୮-ସିଜିଓ କମ୍ପ୍ଲେକ୍ସ, ଲୋଦି ରୋଡ, ନୂଆ ଦିଲ୍ଲୀ-୧୧୦୦୦୩ ଠିକଣାରେ ଏକ ବନ୍ଦ ଲଫାପାରେ ନାମ ଗୋପନୀୟ ରଖି ୩୦ ଅଗଷ୍ଟ ୨୦୧୯ର ସନ୍ଧ୍ୟା ୫ଟା ପୂର୍ବରୁ ପଠାନ୍ତୁ। ସଫ୍ଟ କପି ଗୁଡିକୁ secy-pci@nic.in ରେ ଇମେଲ କରିପାରିବେ।