ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଜାତୀୟ ସ୍ତରରେ ଚମକିଲେ ଜୟପୁରର ବିଜ୍ଞାନ ଶିକ୍ଷକ ଓମ ପ୍ରକାଶ ମିଶ୍ର। ସର୍ବ ଭାରତୀୟ ସ୍ତରରେ ଆଇସିଟି ଶିକ୍ଷକ ପୁରସ୍କାର ପାଇଁ ୨୫ ଜଣଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି। ରାଜ୍ୟ ପାଇଁ ଗୌରବର ବିଷୟ ଯେ, ଓଡ଼ିଶାରୁ ସେ ହେଉଛନ୍ତି ଏକ ମାତ୍ର ଶିକ୍ଷକ। ଖୁବଶିଘ୍ର ତାଙ୍କୁ  ଦିଲ୍ଲୀରେ ସମ୍ମାନିତ କରାଯିବ। ଓମ ପ୍ରକାଶଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।କୋରାପୁଟ ଜିଲ୍ଲା ଜୟପୁର ସହରର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେଉଛନ୍ତି ଓମ ପ୍ରକାଶ। ସେ ୧୯୯୮ ମସିହାରୁ ନିଜର ଶିକ୍ଷକତା ଆରମ୍ଭ କରିଛନ୍ତି। ସେ ସେ ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକର କଠିନ ବିଷୟ ବସ୍ତୁକୁ ସରଳୀକରଣ କରି ପଢ଼ାଇଥାନ୍ତି। କୋଭିଡ୍ କାଳରେ ଛାତ୍ରଛାତ୍ରୀମାନେ କିଭଳି ଅନଲାଇନ ମାଧ୍ୟମରେ ଉପଯୁକ୍ତ ଶିକ୍ଷା ପାଇପାରିବେ ସେଥିପାଇଁ ଭିନ୍ନ ଭିନ୍ନ ଆପ ବ୍ୟବହାର କରି ଅନଲାଇନ କଣ୍ଟେଣ୍ଟ ପ୍ରସ୍ତୁତ କରିଥାନ୍ତି। ଏଥିସହ ନୂଆ ନୂଆ ଉପାୟ ଅବଲମ୍ବନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜର ପ୍ରୟାସ ଜାରି ରଖିଥାନ୍ତି। ଶିକ୍ଷା କ୍ଷେତ୍ରରେ ତାଙ୍କର ଏହି କୋଠର ଅଧ୍ୟବସାୟ ଓ ସାଧନ ପାଇଁ ଆଜି ତାଙ୍କୁ ଆଇସିଟି ପୁରସ୍କାର ମିଳିବାକୁ ଯାଉଛି।ଖାଲି ସେତିକି ନୁହେଁ ଏଭଳି ଶିକ୍ଷକତା ପାଇଁ ପୂର୍ବରୁ ଅନେକ ଥର ତାଙ୍କୁ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ସମ୍ମାନୀତ କରାଯାଇଛି। ୨୦୧୭ ମସିହା ସେପ୍ଟେମ୍ବର ୫ରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ ଓମ ପ୍ରକାଶ। ବର୍ତ୍ତମାନ ୨୦୧୮ ମସିହା ଜାତୀୟ ଆଇସିଟି ପୁରସ୍କାର ପାଇଁ ସେ ମୋନାନୀତ ହୋଇଛନ୍ତି।ସୂଚନା ଅନୁସାରେ, ୨୦୦୪ ମସିହାଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାକୁ ଏହି ସଫଳତା ମିଳିନଥିଲା। ଦୀର୍ଘ ବର୍ଷ ପରେ କୋରାପୁଟ ଜିଲ୍ଲା ଜୟପୁର ସହରର ଓମ ପ୍ରକାଶଙ୍କ ପାଇଁ ପୁଣିଥରେ ଓଡ଼ିଶାଶାକୁ ଏହି ସଫଳତା ମିଳିବାକୁ ଯାଉଛି ବୋଲି କହିଛନ୍ତି ତାଙ୍କ ପୁଅ ସୂର୍ଯ୍ୟପ୍ରକାଶ ମିଶ୍ର। ସେ ଆଉ ମଧ୍ୟ କହିଛନ୍ତି ବାପାଙ୍କର ଏହି ସଫଳତା ପାଇଁ ଆମେ ସମସ୍ତେ ଖୁସି ଅଛୁ। ଜାତୀୟ ସ୍ତରରେ  ଦୁଇ ଦୁଇ ଥର ସାମ୍ମାନିତ ହେବା ସୁଯୋଗ ପାଇ ଓମ ପ୍ରକାଶ ଏବେ ରାଜ୍ୟ ଓ ଜିଲ୍ଲାର ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ପାଇଁ  ଉଦାହରହ ପାଲଟିଛନ୍ତି ବୋଲି କହିଛନ୍ତି ଜଣେ ଅବସର ପ୍ରାପ୍ତ ଶିକ୍ଷାବିତ୍ ନିଳାଞ୍ଚଳ ପ୍ରଧାନ।

Comment