ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଉପାନ୍ତ ଅଞ୍ଚଳରେ ସ୍ଵାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିବା ସହ ଜିଲ୍ଲାରେ ନିର୍ମାଣ ହେବାକୁଥିବା ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନେଇ ଆଲୋଚନା ମଧ୍ୟ କରିଥିଲେ।ଜୟପୁର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ଜୟପୁର ନିକଟସ୍ଥ ଆମ୍ବାଗୁଡାଠାରେ ଥିବା ସରକାରୀ ହାଇସ୍କୁଲର ସ୍ମାର୍ଟ କ୍ଳାସ ବୁଲି ଦେଖିଥିଲେ। ତା’ପରେ ମେଡିକାଲ କଲେଜ ପରିଦର୍ଶନ କରି ଜିଲ୍ଲାର କୋଭିଡ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣା ଜୟପୁରଠାରେ ନିର୍ମାଣାଧୀନ ସ୍ପୋର୍ଟସ୍ କମ୍ଲେକ୍ସ ବୁଲି ଦେଖିଥିଲେ ଏବଂ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁଗର୍ଗ ତେଲିଙ୍ଗିରି ପ୍ରକଳ୍ପର ଅନୁଧ୍ୟାନ କରିଥିଲେ।

ବୁଧବାର କୋରାପୁଟ ଗସ୍ତ ସମୟରେ ୫ଟି ସଚିବଙ୍କ ସମେତ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ସ୍ଵତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ଓ ଜାତୀୟ ସ୍ଵାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି ଗସ୍ତରେ ଯାଇଥିଲେ।

Comment