ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି କେ ପାଣ୍ଡିଆନ ଗୁରୁବାର ନୟାଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତ ଅବସରରେ ନୟାଗଡ଼ ଜିଲ୍ଲା କଣ୍ଟିଲୋଠାରେ ଅବସ୍ଥିତ ନୀଳମାଧବ ମନ୍ଦିରରେ ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିଛନ୍ତି ୫ଟି ସଚିବ।

ଏହି ସମୟରେ କଣ୍ଟିଲୋ ନୀଳମାଧବ ପୀଠର ଉନ୍ନତିକରଣ ସମ୍ପର୍କରେ ସେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ। ଭି କେ ପାଣ୍ଡିଆନଙ୍କ ଗସ୍ତ ସମୟରେ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଏବଂ ଖଣ୍ଡପଡ଼ା ବିଡିଓ, ତହସିଲଦାର ଏବଂ ଅନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ।

ପୂଜକମାନେ ଭି କେ ପାଣ୍ଡିଆନଙ୍କୁ ସ୍ଵାଗତ କରିବା ସହ ମନ୍ଦିର ଦର୍ଶନ କରାଇଥିଲେ। ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମ୍ପର୍କରେ ଭିକେ ପାଣ୍ଡିଆନ ପଚାରି ବୁଝିଥିଲେ। ନିର୍ମାଣଧିନ କାର୍ଯ୍ୟଗୁଡ଼ିକୁ ଶୀଘ୍ର ଶେଷ ପରିବାକୁ ପାଣ୍ଡିଆନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Tags: #OdishaGovt #5TSecretary #VKPandian #NayagarhDist #Visits #Review #DevopmentalProject #KantiloNilaMadhan

LEAVE A REPLY

Please enter your comment!
Please enter your name here