ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଅଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲାକୁ ମିଳିଛି ‘ଭୂମି ସମ୍ମାନ-୨୦୨୩’ ପୁରସ୍କାର। ମଙ୍ଗଳବାର ଦିନ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ।

ସମଗ୍ର ଦେଶର ୯ଟି ରାଜ୍ୟର ୭୫ଟି ଜିଲ୍ଲା ଏହି ପୁରସ୍କାର ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଓଡ଼ିଶାର ମୋଟ ୧୯ଟି ଜିଲ୍ଲାକୁ ମିଳିଛି ‘ଭୂମି ସମ୍ମାନ-୨୦୨୩’ ପୁରସ୍କାର। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କେରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର।

ଏହି ପୁରସ୍କାର ଗ୍ରହଣ କରିବା ସମୟରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ସମେତ ନୟାଗଡ଼ ତହସିଲଦାର ଭିକାରୀ ସାହୁ ଏବଂ ଗଣିଆ ତହସିଲଦାର କିଶୋର ଚନ୍ଦ୍ର ପଣ୍ଡା ବିଜ୍ଞାନ ଭବନରେ ଉପସ୍ଥିତ ଥିଲେ।

Tags: #BhoomiSamman2023 #PresidentOfIndia #NayagarhDist

Comment