ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼। ଶନିବାର ପୁରୀ ଜିଲ୍ଲାର ସତ୍ୟବାଦୀରେ ୫-ଟି ସଚିବଙ୍କ ଉପରକୁ ଜଣେ ବ୍ୟକ୍ତି କାଳିମାଡ଼ କରିଛନ୍ତି। ଘଟଣା ପରେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

୫-ଟି ସଚିବ ସତ୍ୟବାଦୀର ୟୁଜିଏସ୍‌ କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। କଲେଜ ପରିସରରେ ଭିଡ଼ ଭିତରୁ ଜଣେ ବ୍ୟକ୍ତି ଅଚାନକ ତାଙ୍କ ଉପରକୁ କାଳିମାଡ଼ କରିଥିଲେ। ଏହି ସମୟରେ ୫-ଟି ସଚିବଙ୍କ ସହ ଯାଉଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳି ଛିଟା ପଡିଥିଲା।

ତେବେ ବ୍ୟକ୍ତି ଜଣକ କ’ଣ ପାଇଁ ୫-ଟି ସଚିବଙ୍କ ଉପରକୁ କାଳିମାଡ଼ କରିଲେ, ସେ ବିଷୟରେ କୌଣସି ସୂଚନା ମିଳିନାହିଁ। ପୋଲିସ ଏବେ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।

Tags: #VKPandian #5tSecretary #InkAttack #Satyabadi #Puri #Odisha

 

Comment