ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ୟାପିଟାଲ ହସ୍ପିଟାଲରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ସ୍ଵାସ୍ଥ୍ୟ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି। ଟ୍ରମାକେୟାର, ପିଜି ଗ୍ରାଜୁଏଟ୍, ମେଡିକାଲ କଲେଜ, ସର୍ଜରୀ ବ୍ଲକ, ଜୁନିଅର ହଷ୍ଟେଲ ସହ ବରିଷ୍ଠ ଡାକ୍ତରଙ୍କ କ୍ଵାର୍ଟର ଭିତ୍ତିଭୂମିର ବିକାଶ କାମ କେତେ ବାଟ ଆଗେଇଛି, ତାର ସମୀକ୍ଷା କରିଛନ୍ତି।

ସମୀକ୍ଷା ବେଳେ ସ୍ଵାସ୍ଥ୍ୟ ବିଭାଗର ସଚିବ ଶାଳୀନ ପଣ୍ଡିତ, ସଚିବ ବୀର ବ୍ରିକମ ଯାଦବ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ। ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣଧିନ କାମ ବୁଲିବା ସହ ବହୁ ସମୟ ଧରି  ଆଲୋଚନା କରିଛନ୍ତି।

ଆସନ୍ତା ୨୦୨୩ ମସିହା ସୁଦ୍ଧା ନିର୍ମାଣ କାମ ଶେଷ ହେବ। କ୍ୟାପିଟାଲ ହସ୍ପିଟାଲର ପରିସରରେ ୮୦ କୋଟି ଟଙ୍କାରେ ତିଆରି ହେଉଥିବା ଟ୍ରମାକେୟାର ନିର୍ମାଣସ୍ଥଳ ସହ ୨୮୦ କୋଟି ଟଙ୍କାରେ ତିଆରି ହେଉଥିବା ପିଜିଆଇ ବ୍ଲକ କାମ ବୁଲି ଦେଇଥିଲେ ୫-ଟି ସଚିବ। ପ୍ରତିବର୍ଷ ଏହି ପିଜି କମ୍ପ୍ଲେକ୍ସରେ ନାମଲେଖା ହେବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ।

Tags: #VKPandian #5TSecretary #CapitalHospital #Review #Bhubaneswar #Odisha #Health

LEAVE A REPLY

Please enter your comment!
Please enter your name here