ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଶୁ ବଦଳ ଅଭିଯୋଗ ଆସିବା ପରେ କଡ଼ା ପଦକ୍ଷେପ ନେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ

ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ। ଜନ୍ମ ହେବା ମାତ୍ରେ ରଖାଯିବ ଶିଶୁର ଫୁଟପ୍ରିଣ୍ଟ। କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଆସିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।

ପୁଅ କିମ୍ବା ଝିଅ ହୋଇଛି ସେ ନେଇ ଡାକ୍ତରଙ୍କ ପାଖରୁ ଖବର ନେଇ ପରିବାରକୁ ଜଣାଇବେ ଆଟେଣ୍ଡାଣ୍ଟ। ଫଳରେ ବାହାରକୁ ଆଉ ଭୁଲ ଖବର ଯିବନାହିଁ।

“ଲେବର ରୁମରେ ଶିଶୁ ଜନ୍ମ ପରେ ପ୍ରଥମେ ମାଆକୁ କୁହାଯାଏ। ଏହାପରେ ରେଜିଷ୍ଟରରେ ମଧ୍ୟ ଉଲ୍ଲେଖ କରାଯାଇଥାଏ। ଏଣିକି ସମସ୍ତ ନବଜାତଙ୍କ ଗୋଡ଼ରେ ଟ୍ୟାଗ ଲଗାଯିବ। ଯଦି ଶିଶୁଟି ଅସୁସ୍ଥ ଥିବ ତେବେ ଟ୍ୟାଗ ଛଡ଼ା ଅନ୍ୟ ସମସ୍ତ ପ୍ରକ୍ରିୟା କରାଯିବ”, କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଲକ୍ଷ୍ମୀଧର ସାହୁ।

କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୩୦ରୁ  ୪୦ଟି ଡେଲିଭରୀ ହେଉଥିବା ବେଳେ ଗୋଟିଏ ମାସରେ ହଜାରେ ଏବଂ ପ୍ରାୟ ୧୨ହଜାର ଡେଲିଭରୀ ହେଉଛି। ତେଣୁ ଆମେ ବେଶ୍ ଯତ୍ନବାନ ଅଛୁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ନେଇ ଅଭିଯୋଗ ଆସିଥିଲା। ଡିଏନଏ ଟେଷ୍ଟ ପରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଥିଲା। 

Tags: #capitalhospital #bhubaneswar #newbornexchangeallegation #newbornbabytag #odisha

Comment