ଓଡ଼ିଶାଲାଇଭ୍ ବ୍ୟୁରୋ

ଘରେ ବସି ଟେଲିଭିଜନ ପରଦାରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ଦେଖି ହାତ ଯୋଡ଼ି ପ୍ରଣାମ ମଧ୍ୟ କରିଛନ୍ତି। ସାଙ୍ଗରେ ଉପସ୍ଥିତ ଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ।

ପ୍ରତିବର୍ଷ ନବୀନ ରଥଯାତ୍ରାରେ ପୁରୀ ଯାଇ ସିଧାସଳଖ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ହେଲେ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ପୁରୀ ନଯାଇ ଘରେ ରହି ଟିଭି ପରଦାରେ ରଥଯାତ୍ରା ଦେଖୁଛନ୍ତି।ଏଥିସହ ସେ ଟୁଇଟ କରି ଲେଖିଛନ୍ତି, “ବଡ଼ଦାଣ୍ଡରେ ରଥଟଣାର ଅପୂର୍ବ ଦୃଶ୍ୟ ଅତ୍ୟନ୍ତ ଭାବ ଉଦ୍ରେକ। ପବିତ୍ର ରଥଯାତ୍ରାରେ ବଡ଼ଦାଣ୍ଡକୁ ଆସି ମହାପ୍ରଭୁ ସମସ୍ତଙ୍କ ମନୋବାଞ୍ଛା ପୂରଣ କରିଛନ୍ତି।”ଅନ୍ୟପଟେ କୋଭିଡ୍ କଟକଣା ମଧ୍ୟରେ ଏବର୍ଷ ପୁରୀରେ ଆୟୋଜନ ହୋଇଛି ରଥଯାତ୍ରା। ତେଣୁ ଖାଲି ମୁଖ୍ୟମନ୍ତ୍ରୀ ନୁହଁନ୍ତି ସମଗ୍ର ଓଡ଼ିଶାବାସୀ ଘରେ ରହି ଟିଭି ପରଦାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁରୀ ସହରରେ ଜୁଲାଇ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି।

Comment