ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଜିରାଗାଁଠାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ବଜ୍ରପାତରେ ଚାଲିଗଲା ବାପା ଓ ଝିଅର ଜୀବନ।

ଗୁରୁବାର ବାପା ରମେଶ ଚନ୍ଦ୍ର ମାଝୀ ଓ ନଅ ମାସର ଝିଅ କୁନି ମାଝୀ ଘର ବାହାର ଦୁଆରେ ବସିଥିଲେ। ହଠାତ୍‌ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

ଘଟଣାସ୍ଥଳରେ କୋଟପାଡ଼ ପୋଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ କୋଟପାଡ଼ ମେଡିକାଲକୁ ପଠାଇ ଦେଇଛି।

Comment