ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ସୀମା ବିବାଦକୁ ନେଇ ସୁପ୍ରିମକୋର୍ଟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶକୁ ନୋଟିସ ଜାରି କରିଛନ୍ତି। ଉଭୟ ରାଜ୍ୟର ସରକାରଙ୍କୁ ୨୮ ଦିନ ମଧ୍ୟରେ ଏହି ବିବାଦ ସମ୍ପର୍କରେ କୋର୍ଟରେ ଉତ୍ତର ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। କୋଟିଆ ଅଞ୍ଚଳର ସୀମା ବିବାଦକୁ ନେଇ ଓଡ଼ିଶା କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟର ସଚିବଙ୍କ ମାଧ୍ୟମରେ ତଥ୍ୟ ଉପସ୍ଥାପନା କରିବେ। ଏନେଇ ସୁପ୍ରିମକୋର୍ଟର ରେଜିଷ୍ଟ୍ରାର ଏହି ନୋଟିସ ଜାରି କରିଛନ୍ତି।

ସୁପ୍ରିମକୋର୍ଟ କୋଟିଆ ମାମଲାରେ ହୋଇଥିବା ପୂର୍ବ ଶୁଣାଣିରେ ଉଭୟ ପକ୍ଷଙ୍କୁ ଅଞ୍ଚଳରେ ସ୍ଥିତି ବଜାୟ ରଖିବାକୁ କହିଥିଲେ। ଏହାଛଡ଼ା ରାଜନୈତିକ ସ୍ତରରେ ପରସ୍ପର ବୁଝାମଣା କରି ବିବାଦର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ।

ଅନ୍ୟପଟେ ଆନ୍ଧ୍ର ପ୍ରଦେଶ ସୁପ୍ରିମକୋର୍ଟଙ୍କ ନିର୍ଦେଶର ଅବମାନନା କରୁଥିବାର ଅଭିଯୋଗ ଓଡ଼ିଶା ସରକାର କରିଥିଲେ। ଏହାଛଡ଼ା କୋଟିଆର ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ତରଫରୁ ରାସନ କାର୍ଡ ଓ ଅନ୍ୟାନ୍ୟ ସୁବିଧା ଦିଆଯାଉଥିବାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Tags: #KotiaBorderDispute #SupremeCourt #Odisha #AndhraPradesh #Koraput #India

LEAVE A REPLY

Please enter your comment!
Please enter your name here