ଓଡ଼ିଶାଲାଇଭ୍ ବ୍ୟୁରୋ

 

(ଜୟପୁର): କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ହରଡ଼ାପୁଟ ବାଳିକା ଆଶ୍ରମ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ତପସ୍ଵିନୀ ଗାଦବାଙ୍କର ସୋମବାର ଦିନ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କ ଘର କୁସୁମୀ ପଞ୍ଚୟତର ରାବଣଗୁଡ଼ା ଗାଁରେ।

ସୋମବାର ଦିନ ତପସ୍ଵିନୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ରାବଣାଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିନକୁ ପୂର୍ବରୁ ଝିଅକୁ ଭେଟିଥିବା ପାରିବାର ଲୋକେ ତପସ୍ଵିନୀଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି। ଚିକିତ୍ସା ଅବହେଳା ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା ମା’।

ରବିବାର ଦିନ ତପସ୍ଵିନୀଙ୍କ ସହ ହଷ୍ଟେଲର ଅନ୍ୟ ଦୁଇ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ରାବଣାଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତେ ହଷ୍ଟେଲକୁ ଫେରିଥିଲେ। ସୋମବାର ଦିନ ପୁଣି ତପସ୍ଵିନୀଙ୍କର ପେଟ ବ୍ୟଥା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Tags: #Koraput #HaradaputGirlsAhramhighschoolStudentdies #TapaswiniGadba

LEAVE A REPLY

Please enter your comment!
Please enter your name here