ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ସାନକିଚବ ଗ୍ରାମରେ ଚଢ଼ଉ କରି ପୋଲିସ ୨୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି। ଗ୍ରାମର ଦେବ ବଡ଼ନାୟକଙ୍କ ଘରେ ବେଆଇନ ଭାବେ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବା ଖବର ପାଇ ପୋଲିସ ଏହି ଚଢ଼ଉ କରିଥିଲା। ପୂର୍ବରୁ ସୂଚନା ପାଇ ଘର ମାଲିକ ଦେବ ବଡ଼ନାୟକ ଫେରାର ହୋଇଯାଇଥିଲେ।
ସାନକିଚବ ଗ୍ରାମର ଦେବ ବଡ଼ନାୟକ ବେଆଇନ ଗଞ୍ଜେଇ କାରବାର କରୁଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା। କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ, ଜଲାପୁଟ ଏବଂ ଲମତାପୁଟ ପୋଲିସର ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ବଡ଼କିଚବ ଗ୍ରାମର ଦେବ ବଡ଼ନାୟକଙ୍କ ଘରେ ଅତର୍କିତ ଚଢ଼ଉ କରାଯାଇଥିଲା।
ଚଢ଼ଉ ସମୟରେ ଦେବଙ୍କ ଘରୁ ୯ଟି ବସ୍ତାରେ ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
Tags: #Ganja #Koraput #Jeypure #SanakichabVillage


















