ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟ୍ରିକ ପରୀକ୍ଷା ଦେବା ସମୟରେ ଜଣେ ଛାତ୍ରଙ୍କର ହଲ ଭିତରେ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି ନାଲକୋ ଟାଉନସିପ ଅଞ୍ଚଳରେ। ମୃତ ଛାତ୍ର ହେଲେ ମାଲୁସାନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର କୁନା ପୂଝାରୀ।

ଗୁରୁବାର ଦିନ କୁନା ପୂଝାରୀ ପ୍ରତିଦିନ ଭଳି ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିଲେ। ହଲରେ ପହଞ୍ଚି ପରୀକ୍ଷା ଦେବା ବେଳେ ହଠାତ ଅଚେତ ହୋଇପଡ଼ିଥିଲେ କୁନା। ତୁରନ୍ତ ତାଙ୍କୁ ନାଲକୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୁନାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣର ଜଣାପଡ଼ି ନାହିଁ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

Tags: #Student #MatricExam #Death #Koraput

LEAVE A REPLY

Please enter your comment!
Please enter your name here