ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ତ୍ରୀର ଛାଡ଼ପତ୍ର ନୋଟିସ୍‌ ଯୋଗୁଁ ସ୍ଵାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଘଟଣ ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସରସ୍ଵତୀ ନଗରରେ। ପାରିବାରିକ କଳହରେ ସ୍ତ୍ରୀ ସ୍ଵାମୀକୁ ଛାଡ଼ପତ୍ର ନୋଟିସ ପଠାଇବା ପରେ ସ୍ଵାମୀ ବାଦଲ ବେହେରା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଘଟଣା ପରେ ସ୍ଥାନୀୟ ଲୋକ ମୃତଦେହକୁ ନେଇ ତାଙ୍କ ସ୍ତ୍ରୀ ରହୁଥିବ ଘର ଆଗରେ ରଖି ପ୍ରତିବାଦ କରିଛନ୍ତି। ତାଙ୍କ ସ୍ତ୍ରୀ ଆସି ବାଦଲଙ୍କ ମୃତଦେହକୁ ରୀତିନୀତି ଅନୁସାରେ ସମ୍ମାନ ନଦେଲେ ସେମାନେ ସେଠାରୁ ମୃତଦେହ ନେବେନି ବୋଲି ଜିଦ୍‌ ଧରିଛନ୍ତି।

Comment