ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ: ବୈପାରୀଗୁଡ଼ା ଥାନା ଅଧୀନ ୩୨୬ ନମ୍ବର ଜାତୀୟ ରାଜପଥର ଲଷ୍ମୀପୁର ଛକରେ ଏକ ଗଞ୍ଜେଇ ଗାଡ଼ି ଧରାପଡ଼ିଛି। ବୈପାରୀଗୁଡ଼ା ପୋଲିସ ଚେକିଂ କରୁଥିବା ବେଳେ ଚିତ୍ରକୋଣ୍ଡାର କୋରକୁଣ୍ଡାଠାରୁ ଦିଲ୍ଲୀ ଅଭିମୁଖେ ଏକ ହୋଣ୍ଡା ସିଟି କାରରେ ଗଞ୍ଜେଇ ଚାଲାଣ ହେଉଥିଲା। ପୋଲିସ ଚେକିଂ କରୁଥିବା ସମୟରେ ପୋଲିସ ହାତରେ ୫୮ କିଲୋଗ୍ରାମ୍‌ ଗଞ୍ଜେଇ ଜବତ ହୋଇଛି।

ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକମାନେ ହେଲେ ଉତ୍ତରପ୍ରଦେଶର ମହମ୍ମଦ, ଦିଲ୍ଲୀର  ମହୁଦ ଆବୁବ ଓ   ସିଦ୍ଧିନl ବୈପାରୀଗୁଡ଼ା ତହସିଲଦାର ସଞ୍ଜବ କୁମାର ସାହୁଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comment