ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବେଆଇନ ଭାବେ ଚାଲାଣ ପାଇଁ ରଖାଯାଇଥିବା ୧୪ ବସ୍ତା ଗଞ୍ଜେଇ ଜବତ କରିଛି ବୌଦ୍ଧ ପୋଲିସ। ଜବତ ଗଞ୍ଜେଇର ଓଜନ ପ୍ରାୟ ୫ କୁଇଣ୍ଟାଲ ୧୦ କିଲୋଗ୍ରାମ ହେବ।

ବୌଦ୍ଧ ଥାନା ଡଙ୍ଗାଖୋଲ ନିକଟ ମଜଗନ୍ଦା ଜଙ୍ଗଲରେ ଗଞ୍ଜେଇ ଅମଳ କରି ରାଜ୍ୟ ବାହାରକୁ ଚାଲାଣ କରିବା ପାଇଁ ୧୪ଟି ବସ୍ତାରେ ରଖାଯାଇଥିଲା। ବୌଦ୍ଧ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସମ୍ପୃକ୍ତ ସ୍ଥାନରେ ଚଢ଼ଉ କରିଥିଲା।

ପୋଲିସ ଚଢ଼ଉ ସମ୍ପର୍କରେ ଖବର ପାଇ ଚାଲାଣକାରୀମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ବେଆଇନ ଗଞ୍ଜେଇ ଚାଲାଣ କାରବାରରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗରିଫ କରାଯିବ ବୋଲି ବୌଦ୍ଧ ପୋଲିସ କହିଛି।

Tags: #Boudh #GanjaSupply #BoudhPolice #GanjaSeized

LEAVE A REPLY

Please enter your comment!
Please enter your name here