ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ମହାରାଷ୍ଟ୍ରକୁ ଚାଲାଣ ହେଉଥିବା ଗଞ୍ଜେଇ ଭର୍ତ୍ତି ଟ୍ରକକୁ ବୌଦ୍ଧ ବ୍ରିଜ ଛକରୁ ଜବତ କରିଛି ବୌଦ୍ଧ ପୋଲିସ। ବେଆଇନ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବୌଦ୍ଧ ଏସପି ରାଜେଶ ପ୍ରସାଦ।

ଗିରଫ ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ର ପରଡି ଥାନା ଅଞ୍ଚଳର ଆଜାଦ ସରଫରାଜ ଖାନ ଓ ମିଲନ ଯାଦବ। ଟ୍ରକରୁ ୧୦ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରାଯିବା ସହ ଅଭିଯୁକ୍ତମାନଙ୍କଠାରୁ ନଗଦ ୧୮ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଜବତ କରାଯାଇଛି।

ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଆମ୍ବଝରି-ଗୋଛପଡ଼ା ଜଙ୍ଗଲରୁ ମହାରାଷ୍ଟ୍ରକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିବା ବୌଦ୍ଧ ପୋଲିସକୁ ସୂଚନା ମିଳିଥିଲା। ବୌଦ୍ଧ ଜିଲ୍ଲା ଏସପିଙ୍କ ନେତୃତ୍ଵରେ ଗଠିତ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ।

ଶୁକ୍ରବାର ଦିନ ଗୋଟିଏ ଟ୍ରକକୁ ବୌଦ୍ଧ ବ୍ରିଜ ଛକରେ ଅଟକ ରଖି ପୋଲିସ ତଲାସୀ କରିଥିଲା। ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ବସ୍ତାମାନଙ୍କରେ ବନ୍ଧା ହୋଇ ରଖାଯାଇଥିବା ପୋଲିସ ଦେଖିବାକୁ ପାଇଥିଲା। ଏହା ପରେ ପୋଲିସ ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରିଥିଲା।

Tags: #BoudhPolice #IllegalGanjaSupply #Boudh #Odisha #Crime #GanjaSeized

LEAVE A REPLY

Please enter your comment!
Please enter your name here