ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବାଦାମ ଛକ ନିକଟରେ ସୋମବାର ରାତିରେ ପେଟ୍ରୋଲିଙ୍ଗ ସମୟରେ ଗୋଟିଏ କାରରୁ ୧୨୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଯଶିପୁର ଥାନା ପୋଲିସ।

ବେଆଇନ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ବୋଲି କହିଛନ୍ତି ମୟୂରଞ୍ଜ ଏସପି ଏସ ସୁଶ୍ରୀ।

ସମ୍ବଲପୁରରୁ ପଶ୍ଚିମବଙ୍ଗକୁ ମୟୂରଭଞ୍ଜ ଦେଇ ଗଞ୍ଜେଇ ଚାଲାଣ କରାଯାଉଥିବା ମୟୂରଭଞ୍ଜ ପୋଲିସକୁ ସୂଚନା ମିଳିଥିଲା। ସୋମବାର ରାତିରେ ଯଶିପୁର ଥାନା ପୋଲିସ ପେଟ୍ରୋଲିଂ କରିବା ସମୟରେ ବାଦାମ ଛକ ନିକଟରେ ଏକ କାରକୁ ଅଟକାଇ ତଲାସୀ କରିଥିଲା। ପରେ କାରରେ ୬ଟି ବସ୍ତାରେ ଗଞ୍ଜେଇ ରହିଥିବା ଜଣାପଡ଼ିଥିଲା।

ଗିରଫ ଅଭିଯୁକ୍ତମାନଙ୍କଠାରୁ ଗଞ୍ଜେଇ ସହ କାର, ୩,୧୩୦ ଟଙ୍କା, ମୋବାଇଲ ଜବତ କରାଯାଇଛି।

Tags: #GanjaSupply #Mayurbhanj #Police #GanjaSeized #Odisha

LEAVE A REPLY

Please enter your comment!
Please enter your name here