ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ କଳାଖଣ୍ଡି ଗ୍ରାମ ନିକଟରୁ ମଙ୍ଗଳବାର ଦିନ ପୋଲିସର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ) ପ୍ରାୟ ୧୪୩ କେଜି ଗଞ୍ଜେଇ ଜବତ କରିଛି। ବେଆଇନ ଗଞ୍ଜେଇ କାରବାର କରିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ବୌଦ୍ଧ ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ପରୀକ୍ଷିତ ବେହେରା।

ବୌଦ୍ଧ ଜିଲ୍ଲାରୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ସ୍ପେସାଲ ଟାସ୍କ ଫୋର୍ସ ବିଭିନ୍ନ ସ୍ଥାନରେ ତଲାସୀ କରିଥିଲା। ପରେ କଳାଖଣ୍ଡି ଗ୍ରାମ ନିକଟରୁ ଅଭିଯୁକ୍ତ ପରୀକ୍ଷିତଙ୍କଠାରୁ ପ୍ରାୟ ୧୪୩ କେଜିର ଗଞ୍ଜେଇ ଜବତ କରିଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି।

Tags: #Boudh #GanjaSeized #IllegalGanjaSupply #BoudhPolice #Odisha

Comment