ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବେଆଇନ ଗଞ୍ଜେଇ କାରବାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ରାୟଗଡ଼ା ଜିଲ୍ଲାର ଜଣେ ଅବକାରୀ ବିଭାଗ କନଷ୍ଟେବଳ। ଗିରଫ ଅଭିଯୁକ୍ତ ହେଲେ ଦୀପକ ପାଣିଗ୍ରାହୀ। ଅଭିଯୁକ୍ତଙ୍କଠାରୁ ୪୨ କେଜି ୨୪୦ ଗ୍ରାମର ଗଞ୍ଜେଇ ଜବତ କରି ନଷ୍ଟ କରିଛି ରାୟଗଡ଼ା ପୋଲିସ।

ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ରାୟଗଡ଼ା ଥାନା ପୋଲିସର ଏକ ଟିମ୍ ରାୟଗଡ଼ା ସହରର କସ୍ତୁରୀ ନଗର ଅଞ୍ଚଳରେ ରହୁଥିବା ଅବକାରୀ କନେଷ୍ଟବଳ ଦୀପକ ପାଣିଗ୍ରାହୀଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୋଲିସ ଗଞ୍ଜେଇ ଭର୍ତ୍ତି ୨ଟି ବ୍ୟାଗ ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରିଥିଲା।

ମାଜିଷ୍ଟ୍ରେଟ୍ ତଥା ତହସିଲଦାର ତାପସ କୁମାର ଭୋଇଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ନଷ୍ଟ କରାଯିବା ସହ ଅଭିଯୁକ୍ତ ଦୀପକଙ୍କୁ କୋର୍ଟ ଚାଲାଣ କରାଯାଇଛି।

Tags: #Rayagada #GanjaSeized #RayagadaPolice

LEAVE A REPLY

Please enter your comment!
Please enter your name here