ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗ ହାବୁଡ଼ରେ ପଡ଼ିଛି। ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସୋନପୁର ଜିଲ୍ଲାର ମଳୟ ରଞ୍ଜନ ମହାକୁଡ଼।

ଏକ ଭ୍ୟାନରେ ମୟୂରଭଞ୍ଜରୁ କୋଲକାତାକୁ ଗଞ୍ଜେଇ ଚୋରାରେ ଚାଲାଣ ହେଉଥିବା ଅବକାରୀ ବିଭାଗ ସୂଚନା ପାଇଥିଲା। ଏହାକୁ ରୋକିବା ପାଇଁ ଜାଲ ବିଛାଇଥିଲା ଅବକାରୀ ବିଭାଗ। ଗଞ୍ଜେଇ ବୋଝେଇ ଭ୍ୟାନ କୋଲକାତା ଅଭିମୁଖେ ଯିବା ସମୟରେ ୪୯ ନମ୍ବର ଜାତୀୟ ରାଜପଥର ଝାରପୋଖରିଆ ନିକଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ ଅବକାରୀ ଅଧିକାରୀ।

ଯାଞ୍ଚ ବେଳେ ସମ୍ପୃକ୍ତ ଗାଡ଼ିରୁ ୬୨ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ମିଳିଥିଲା। ଏହାର ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ମଳୟ ରଞ୍ଜନ ମହାକୁଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Tags: #Mayurbhanj #GanjaSeized #Jharpokharia #ExciseDepartment

Comment