ଓଡ଼ିଶାଲାଇଭ ବ୍ୟୁରୋ

ପିଉସୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଗଳାକାଟି ହତ୍ୟା କରିଛି ସଂପର୍କୀୟ ପୁତୁରା। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ।

ରବିବାର ରାତିରେ ଅଭିଯୁକ୍ତ ପୁତୁରା ବିନୋଦ ଦିପ୍ ପିଉସୀଙ୍କୁ ଦଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା। ଏଥିରେ କିନ୍ତୁ ସେ ବଫଳ ହୋଇଥିଲା। ବିଫଳ ହେବା ପରେ ଏକ ଧାରୁଆ ଛୁରୀରେ ପିଉସୀଙ୍କ ତଣ୍ଟି କାଟି ଫେରାର ହୋଇଯାଇଛି ପୁତୁରା।

ଗୁରୁତର ଅବସ୍ଥାରେ ମହିଳାଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ମହିଳାଙ୍କ ପରିବାର ପକ୍ଷରୁ କଣ୍ଟାମାଳ ଥାନାରେ  ଅଭିଯୋଗ ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comment