ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଏବେ ମନ୍ତ୍ରାଳୟରେ ସ୍ୱାସ୍ଥ୍ୟକର ଅଭ୍ୟାସକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି। ସେ ଅନୁସାରେ ମନ୍ତ୍ରାଳୟ ଅଧୀନରେ ଆସୁଥିବା ସବୁ ବିଭାଗରେ ଏବେ ମିଟିଙ୍ଗ୍ ସମୟରେ ବିସ୍କୁଟ ଦିଆଯିବ ନାହିଁ।

ତା’ ବଦଳରେ ଚା’ ସହିତ ଅଖରୋଟ, ବାଦାମ, ଖଜୁରୀ, ଚଣା, ଭଜା ଡାଲି ପ୍ରଭୃତି ପରଷାଯିବ। ଏ ସଂପର୍କରେ ନିକଟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସର୍କୁଲାର ବି ଜାରି କରାଯାଇଛି। ସେଥିରେ ଡିପାର୍ଟମେଣ୍ଟାଲ କ୍ୟାଣ୍ଟିନରେ ବିସ୍କୁଟ ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଅଖରୋଟ, ବାଦାମ ଭଳି ସ୍ୱାସ୍ଥ୍ୟକର ସ୍ନାକ୍ସରେ ଫାଇବର ସହିତ ଭିଟାମିନ୍, ମିନେରାଲ୍ସ, ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ମହଜୁଦ ଥାଏ। ଏହା ଶରୀରକୁ ଉପଯୁକ୍ତ ପୋଷଣ ଦେବା ସହିତ ଖରାପ କୋଲେଷ୍ଟେରଲକୁ ବାହାର କରିଦିଏ। ତେଣୁ ଏସବୁ ଖାଦ୍ୟ ଖାଇବା ଆବଶ୍ୟକ ।

Comment