ଓଡ଼ିଶାଲାଇଭ ବ୍ୟୁରୋ

ଆଙ୍ଗୁଳିରେ ଆଘାତ ଲାଗିବାରୁ ବିଶ୍ଵକପରୁ ବାଦ ପଡିଛନ୍ତି ଭାରତୀୟ ଅଲରାଉଣ୍ଡର ବିଜୟ ଶଙ୍କର। ନେଟ୍ସରେ ଅଭ୍ୟାସ କରୁଥିବା ସମୟରେ ବୁମରାଙ୍କ ବଲର ଆହତ ହୋଇଥିଲେ ବିଜୟ ଶଙ୍କର।

ଆରମ୍ଭରୁ ଆଘାତ ଏତେ ବଡ ନଥିଲା ମାତ୍ର ବର୍ତ୍ତମାନ ସମସ୍ୟା ବଢିବାରୁ ତାଙ୍କୁ ବିଶ୍ଵକପରୁ ବିଦାୟ ନେବାକୁ ପଡିଛି। ବିଜୟ ଶଙ୍କର ଚଳିତ ବିଶ୍ଵକପରେ ତାଙ୍କ ଡେବ୍ୟୁ ମ୍ୟାଚରେ ପ୍ରଥମ ବଲରେ ଓ୍ଵିକେଟ ନେଇଥିଲେ। ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ଡକାଯାଇପାରେ।

ଚଳିତ ବିଶ୍ଵକପରେ ଭାରତକୁ ତୃତୀୟ ଝଟକା ଲଗିଛି। ପୂର୍ବରୁ ଶିଖର ଧଓ୍ଵନ ଓ ଭୁବନେଶ୍ଵର କୁମାର ଆହତ ହୋଇ ବାଦ ପଡିଥିବା ବେଳେ ବର୍ତ୍ତମାନ ବିଜୟ ଶଙ୍କର ଆହତ ହୋଇ ବିଶ୍ଵକପରୁ ବାହାରିଛନ୍ତି।

LEAVE A REPLY

Please enter your comment!
Please enter your name here