ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀନଅରକୁ ମଙ୍ଗଳବାର ଦିନ ଖଡ଼ିପ୍ରସାଦ ବିଜେ କରାଯାଇଛି। ଦତ୍ତ ମହାପାତ୍ର ସେବକ ଏବଂ ଦଇତାପତି ସେବକମାନେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ କରାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଖଡ଼ିପ୍ରସାଦ ଲାଗି ହୋଇଥିଲା।

ରୂପା ଥାଳିରେ ମହାପ୍ରଭୁଙ୍କ ଲାଗି ଫୁଲ, ତୁଳସୀ ଏବଂ ୩ ରୂପା ପିଙ୍ଗଣରେ ଖଡ଼ି ପ୍ରସାଦ ବିଜେ କରାଯାଇଥିଲା। ଖଡ଼ି ପ୍ରସାଦକୁ ଗଜପତିଙ୍କ ଗାଦିରେ ରଖାଯାଇଥିଲା।

ଶ୍ରୀନଅରରେ ଖଡ଼ି ପ୍ରସାଦ ବିଜେ ନୀତି ସମ୍ପନ୍ନ ହେବା ପରେ ରାଜଗୁରୁଙ୍କ ହାତରୁ ଶାଢ଼ି ନେଇ ପାଟ୍ଟଶାଣୀ ସେବକ ତଳୁଛ, ଦେଉଳକରଣ, ବେହେରା ଖୁଣ୍ଟିଆ, ପତି ମହାପାତ୍ର, ତିନି ବାଡ଼ର ଦଇତାପତିଙ୍କୁ ବାନ୍ଧିଥିଲେ।

Comment