ଓଡ଼ିଶାଲାଇଭ୍ ବ୍ୟୁରୋ

ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ ଦେଖନ୍ତୁ ଓଡ଼ିଶାଲାଇଭ୍‌ରେ।

ଜୁଲାଇ ୪ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ ଶ୍ରୀଜୀଉ। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପୁରୀ ଆସିବେ।

ତେବେ ପୁରୀ ଆସିପାରି ନଥିବା ଭକ୍ତଙ୍କ ପାଖରେ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ପହଞ୍ଚାଇବା ପାଇଁ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରୟାସ କରାଯାଉଛି। ଡିଜିଟାଲ ମିଡିଆ (ମୋବାଇଲ୍ ଫୋନ୍, କମ୍ପ୍ୟୁଟର ଓ ସ୍ମାର୍ଟ ଟିଭି) ମାଧ୍ୟମରେ ଲୋକେ ପୁରୀ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରା ବିବରଣୀ ଦେଖିପାରିବେ।

ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ଏବଂ ଫେସ୍‌ବୁକ୍‌ ପେଜ୍‌ (www.facebook.com/odishalive) ମାଧ୍ୟମରେ ଲୋକେ ପୁରୀ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରାବିବରଣୀ ଦେଖି ପାରିବେ।

ରଥଯାତ୍ରା ଦିନ (ଗୁରୁବାର) ସକାଳ ୭ଟାରୁ ଲାଇଭ୍‌ଷ୍ଟ୍ରିମିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲିବ। ମହାପ୍ରଭୁଙ୍କ ପହଣ୍ଡି ବିଜେ, ଛେରା ପହଁରାଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ଅମୂଳଚୂଳ କାର୍ଯ୍ୟକ୍ରମକୁ ଲୋକେ ସିଧାଳସଳଖ ଡିଜିଟାଲ ମିଡିଆ ଜରିଆରେ ଦେଖିବାର ସୁଯୋଗ ପାଇବେ।

ଅଗ୍ରଣୀ ଡିଜିଟାଲ ମିଡିଆ କମ୍ପାନି ହିସାବରେ ଓଡ଼ିଶାଲାଇଭ୍‌ କିଛି ବର୍ଷ ହେଲା ରଥଯାତ୍ରାର ଲାଇଭ୍‌ଷ୍ଟ୍ରିମିଂ କରି ଆସୁଛି। ଜଗନ୍ନାଥ ସଂସ୍କୃତି ସମେତ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଦେଶ ବିଦେଶର ଡିଜିଟାଲ ଦର୍ଶକଙ୍କ ପାଖରେ ଓଡ଼ିଶାଲାଇଭ୍‌ ପହଞ୍ଚାଇପାରୁଛି।

‘‘ଗତ କିଛି ବର୍ଷ ଧରି ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌ ପୁରୀରୁ ରଥଯାତ୍ରାର ସିଧାପ୍ରସାରଣ କରିଆସୁଛି। ଟେଲିଭିଜନ ଚ୍ୟାନେଲକୁ ଛାଡ଼ିଦେଲେ ଓଡ଼ିଶାରେ ଗଢ଼ି ଉଠିଥିବା ଡିଜିଟାଲ୍ ବା ୱେବ୍‌ ଚ୍ୟାନେଲ ମଧ୍ୟରେ ରଥଯାତ୍ରାର ସିଧାପ୍ରସାରଣ କରିବା କ୍ଷେତ୍ରରେ ଓଡ଼ିଶାଲାଇଭ୍‌ ପ୍ରଥମ। କେବଳ ଓଡ଼ିଶା ବା ଭାରତ ନୁହେଁ, ବିଦେଶର ବହୁ ଦର୍ଶକ ଓଡ଼ିଶାଲାଇଭ୍ ଡିଜିଟାଲ୍ ମିଡିଆ ଜରିଆରେ ରଥଯାତ୍ରା ଦେଖି ଆସୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ଗଢ଼ି ଉଠିଥିବା ୱେବ ପ୍ଲାଟଫର୍ମମାନେ ଆଜି ରଥଯାତ୍ରାର ସିଧାପ୍ରସାରଣ କରିବା ଫଳରେ ଓଡ଼ିଶାର ଏହି ବିରାଟ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦେଶ ବିଦେଶରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଏହା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ’’, କହିଛନ୍ତି ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

କେବଳ ଶ୍ରୀଗୁଣ୍ଡିଚା ଯାତ୍ରାର ନୁହେଁ, ରଥଯାତ୍ରାର ପ୍ରମୁଖ କାର୍ଯ୍ୟକ୍ରମର ଓଡ଼ିଶାଲାଇଭ୍‌ରେ ଲାଇଭ୍‌ଷ୍ଟ୍ରିମିଂ କରାଯାଉଛି। ବାହୁଡ଼ା ଯାତ୍ରା ଦିନ (୧୨ ଜୁଲାଇ) ସକାଳ ୮ଟାରୁ, ସୁନାବେଶ (୧୩ ଜୁଲାଇ) ଅପରାହ୍‌ଣ ୩ଟାରୁ, ଅଧରପଣା (୧୪ ଜୁଲାଇ) ସନ୍ଧ୍ୟା ୭ଟାରୁ ଏବଂ ନୀଳାଦ୍ରିବିଜେ ଦିନ (୧୫ ଜୁଲାଇ) ଅପରାହ୍‌ଣ ୨ଟାରୁ ଓଡ଼ିଶାଲାଇଭ୍‌ରେ ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ରେ ଆପଣମାନେ ପୁରୀରୁ ସିଧାପ୍ରସାରଣ ଦେଖିପାରିବେ।

୨୦୧୮ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ କରି ଓଡ଼ିଶାଲାଇଭ୍ ବିଶେଷ ସଫଳତା ହାସଲ କରିଥିଲା। ପୁରୀରୁ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ ଦିନ ୧୦ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭ୍‌ର ଡିଜିଟାଲ ମିଡିଆ ମାଧ୍ୟମରେ ଯୋଡ଼ି ହୋଇଥିଲେ। ସେହିପରି ରଥଯାତ୍ରାର ଅନ୍ୟ ଇଭେଣ୍ଟଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟାରେ ଦର୍ଶକ ଓଡ଼ିଶାଲାଇଭ୍ ପ୍ଲାଟଫର୍ମରେ ମହାପ୍ରଭୁଙ୍କ ଏହି ଅପୂର୍ବ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଇଥିଲେ।

କେବଳ ଭାରତ ନୁହେଁ, ବିଦେଶରେ ରହୁଥିବା ବହୁ ଜଗନ୍ନାଥପ୍ରେମୀ ମଧ୍ୟ ଓଡ଼ିଶାଲାଇଭ୍‌ ମାଧ୍ୟମରେ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ। ସିଙ୍ଗାପୁର, ଋଷ, ମେକ୍ସିକୋ, ଆମେରିକାର ନ୍ୟୁୟର୍କ, ହୋଷ୍ଟନ, ବୋଷ୍ଟନ, ଆଟଲାଣ୍ଟା, ସାନ୍‌ଫ୍ରାନ୍ସିକୋ ଏବଂ ଫୋନିକ୍ସ, ଜାପାନ, ଦୁବାଇ, ୟୁଏଇ, କୁଏତ୍, ପେରୁ, ଅଷ୍ଟ୍ରେଲିଆର ମେଲବର୍ଣ୍ଣ, ବାଙ୍ଗଲାଦେଶର ଢାକା, ଜର୍ମାନୀ, ଇଟାଲି, ପର୍ତ୍ତୁଗାଲ ଓ ପୂର୍ବ ଆଫ୍ରିକା ଭଳି ଅନେକ ସ୍ଥାନର ଲୋକେ ଓଡ଼ିଶାଲାଇଭ୍ ସୋସିଆଲ୍ ମିଡିଆ ମାଧ୍ୟମରେ ରଥଯାତ୍ରା ଦେଖିଥିଲେ।

‘‘ଓଡ଼ିଶାଲାଇଭ୍‌ର ଫେସବୁକ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଦେଶବିଦେଶର ଦର୍ଶକମାନେ ରଥଯାତ୍ରା ସିଧାପ୍ରସାରଣ ଦେଖିବା ସହ ସକ୍ରିୟ ଭାବେ କମେଣ୍ଟ ବିଭାଗରେ ସେମାନଙ୍କର ମତାମତ ରଖିଥିଲେ। ଅନେକ ଦର୍ଶକ ପ୍ରଥମ ଥର ପାଇଁ ରଥଯାତ୍ରା ଦେଖୁଥିବାରୁ ସେମାନେ ଏହି କାର୍ଯ୍ୟକ୍ରମର ବିଭିନ୍ନ ବିଷୟ ଉପରେ ପ୍ରଶ୍ନ କରିଥିଲେ। ଓଡ଼ିଶାଲାଇଭ୍‌ର ଡିଜିଟାଲ୍ ଟିମ୍ ଅନେକ ପ୍ରଶ୍ନର ଉତ୍ତର ରଖି ଅନନ୍ୟ ଜଗନ୍ନାଥ ସଂସ୍କୃତି ଏବଂ ରଥଯାତ୍ରାର ବୈଚିତ୍ର୍ୟ ଓ ବିବିଧତା ସମ୍ପର୍କରେ ଦର୍ଶକମାନଙ୍କୁ ଜଣାଇଥିଲେ। ଆନନ୍ଦର କଥା ହେଉଛି ଯେ ଡିଜିଟାଲ ମିଡିଆରେ ରଥଯାତ୍ରା ଦେଖୁଥିବା ଭାରତ ଏବଂ ଦେଶ ବାହାରର ଅନେକ ଦର୍ଶକ ମଧ୍ୟ ଏସବୁ ପ୍ରଶ୍ନର ଉତ୍ତର ରଖି ସେମାନେ କିଭଳି ଜଗନ୍ନାଥ ସଂସ୍କୃତି ବାବଦରେ ସଚେତନ ତାହା ପ୍ରମାଣିତ କରିଥିଲେ’’, କହିଛନ୍ତି ଶ୍ରୀ ରଥ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ସହ ଓଡ଼ିଶାଲାଇଭ୍ ମାଧ୍ୟମରେ ଜଗନ୍ନାଥ ସଂସ୍କୃତି ଏବଂ ରଥଯାତ୍ରାକୁ ନେଇ ଅନେକ ନ୍ୟୁଜ୍ ଫିଚର ଏବଂ ବିସ୍ତୃତ ଲେଖା ପ୍ରକାଶିତ ହେଉଛି। ଡିଜିଟାଲ ମିଡିଆ ମାଧ୍ୟମରେ ଏହି ଲେଖା ଯୁବବର୍ଗ ଏବଂ ଦେଶବିଦେଶରେ ଥିବା ଜଗନ୍ନାଥ ପ୍ରେମୀମାନଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରହିଛି।

Comment