ଓଡ଼ିଶାଲାଇଭ ବ୍ୟୁରୋ

ଉଚ୍ଚ ଶିକ୍ଷା ମାଧ୍ୟମିକ ପରିଷଦ ତରଫରୁ ଆଜି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶ ପାଇଛି। ଏଥିରେ କଳାରେ ବିଜେବି କଲେଜ, ବିଜ୍ଞାନରେ ରେଭେନ୍ସା ଓ ବାଣିଜ୍ୟରେ ଗୋପାଳପୁର ଜୁନିଅର କଲେଜରେ ସର୍ବାଧିକ କଟ ଅଫ ମାର୍କ ରହିଛି।

କଳାରେ ବିଜେବି କଲେଜର ସର୍ବାଧିକ କଟ ଅଫ ମାର୍କ ୭୧.୧୭%  ସହ ଆଗରେ ରହିଥିବା ବେଳେ ରଭେନ୍ସା ଜୁନିଅର କଲେଜ ୭୦.୧୭%  ସହ ଦ୍ଵିତୀୟ ଓ କେନ୍ଦୁଝର ଜିଲ୍ଲା ସାଇଁକୁଳ ପତିତପାବନ କଲେଜ ୬୮.୫% ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି।

ସେହିପରି ବିଜ୍ଞାନରେ ରେଭେନ୍ସା ଜୁନିଅର କଲେଜ ୯୦% କଟ ଅଫ ମାର୍କ ସହ ଆଗରେ ରହିଛି। ବିଜେବି ଜୁନିଅର କଲେଜ ୮୮.୬୭% ସହ ଦ୍ଵିତୀୟ ଓ ବ୍ରହ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ୮୭.୬୭% ସହ ତୃତୀୟ ସର୍ବାଧିକ କଟ ଅଫ ମାର୍କ ରହିଛି।

ବାଣିଜ୍ୟରେ ଗୋପାଳପୁର ଜୁନିଅର କଲେଜ ୮୦.୬% ସହ ଆଗରେ ରହିଥିବ ବେଳେ ଢେଙ୍କାନାଳ ଇଭିନିଂ ଜୁନିଅର କଲେଜ ୭୬.୧୭%  ଦ୍ଵିତୀୟରେ ଓ ବାଣିଜ୍ୟରେ ୭୬% ସହ ତୃତୀୟରେ ରହିଛି।

ଏହି ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ଜୁଲାଇ ୩ରୁ ୬ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ସେହିପରି ଜୁଲାଇ ୧୨ ତାରିଖରେ ଦ୍ଵିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏଥିପାଇଁ ଛାତ୍ରଛାତ୍ରୀ ଜୁଲାଇ ୧୨ରୁ ୧୬ ମଧ୍ୟରେ ନାମ ଲେଖାଇବେ। ପରେ ଜୁଲାଇ ୨୨ ତାରିଖରେ ବଳକା ସିଟ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ।

ଯୁକ୍ତ ଦୁଇ ନାମଲେଖା ପାଇଁ ୩ ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୩୩ ହଜାର ୫୭୩ ଜଣଙ୍କୁ ଚୟନ କରାଯାଇଛି।

Comment