ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ବିଶ୍ୱକପରେ ମଙ୍ଗଳବାର ଚାଲିଥିବା ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ୨୮ ରନରେ ପରାଜିତ କରି ଭାରତ ସେମି ଫାଇନାଲରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ପରେ ଭାରତ ହେଉଛି ଦ୍ୱିତୀୟ ଦଳ ଯିଏ ସେମି ଫାଇନାଲରେ ଏଣ୍ଟ୍ରି କରିଛି।

ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଆରମ୍ଭରୁ ଟିମ୍ ଇଣ୍ଡିଆ ଓପନର ବ୍ୟାଟସ୍‌ମ୍ୟାନ ଦମଦାର ପ୍ରଦର୍ଶନ କରି ଦଳର ସ୍କୋରକୁ ଆଗକୁ ନେଇଥିଲେ। ରୋହିତ ଶର୍ମାଙ୍କ ୧୦୪ ରନ ଏବଂ କେ ଏଲ୍ ରାହୁଲଙ୍କ ୭୭ ରନ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୩୧୪ ରନ୍ କରିଥିଲା।

ରୋହିତ ଶର୍ମା ୯୨ ବଲରେ ୭ ଚୌକା ଓ ୫ ଛକା ମାରି ଶତକ ହାସଲ କରିଥିଲେ। ୩୧୫ ରନର ଟର୍ଗେଟକୁ ପିଛା କରି ବ୍ୟାଟିଂ କରିଥିଲା ବାଂଲାଦେଶ ଟିମ୍। ହେଲେ ଆରମ୍ଭରୁ ବାଂଲାଦେଶ ଟିମ୍‌ର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା।

ବାଂଲାଦେଶ ଟିମ୍‌ର ସ୍କୋର ୩୯ ଥିବା ବେଳେ ପ୍ରଥମ ୱିକେଟ ପତ୍ତନ ହୋଇଥିଲା। ଧିରେ ଧିରେ ବାଂଲାଦେଶ ଟିମ୍‌ର ୱିକେଟ ଯାଇଥିଲା।

ଭାରତୀୟ ଟିମ୍‌ର ରିଷଭ ପନ୍ତ ୪୮, ମହେନ୍ଦ୍ର ସିଂହ ଧୋନି ୩୫, ବିରାଟ କୋହଲି ୨୬ ରନ କରି ପାଭିଲିଅନ ଚାଲି ଯାଇଥିଲେ। ବାଂଲାଦେଶ ବୋଲର ମସ୍ତାଫିଜୁର ରେହମାନ ୫ଟି ୱିକେଟ ନେଇଥିଲେ।

ଆଇସିସି ବିଶ୍ୱକପ୍‌ରେ ଭାରତ ୭ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି। ଏହା ପୂର୍ବରୁ ୧୯୮୩, ୧୯୮୭, ୧୯୯୬, ୨୦୦୩, ୨୦୧୧, ୨୦୧୫ ବିଶ୍ୱକପରେ ସେମି ଫାଇନାଲରେ ପ୍ରବେଶ କରିଥିଲା।

Comment