ଓଡ଼ିଶାଲାଇଭ ବ୍ୟୁରୋ

ସାଧାରଣତଃ ଗାଈ କ୍ଷୀରରୁ ଶିଶୁମାନଙ୍କୁ ମା’ କ୍ଷୀର ଭଳି ପୋଷଣ ମିଳିଥାଏ ବୋଲି କୁହାଯାଇଥାଏ । ତେବେ ନିକଟରେ ରୟାଲ ମେଲବୋର୍ଣ୍ଣ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆରଏମ୍ଆଇଟି)ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଗାଈ କ୍ଷୀର ପରି ଛେଳି କ୍ଷୀର ମଧ୍ୟ ପିଲାମାନଙ୍କ ପାଇଁ ଉପାଦେୟ ବୋଲି ଜଣାପଡ଼ିଛି।

ବ୍ରିଟିଶ୍ ଜର୍ଣ୍ଣାଲ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶିତ ଆରଏମଆଇଟିର ସେହି ଅଧ୍ୟୟନ ଅନୁସାରେ ଛେଳି କ୍ଷୀରରେ ପ୍ରୋବାଇଓଟିକ୍ ଏବଂ ସଂକ୍ରମଣନାଶ କରିବା ଭଳି ଗୁଣ ରହିଥାଏ। ଏହା ନବଜାତ ଶିଶୁମାନଙ୍କୁ ହେଉଥିବା ଗ୍ୟାଷ୍ଟ୍ରୋଇନଟେଷ୍ଟାଇନାଲ ଇନଫେକସନରୁ ରକ୍ଷା କରିଥାଏ।

ଛେଳି କ୍ଷୀରରେ ଓଲିଗୋସାଚାରାଇଡ୍ସ ନାମକ ଏକ ପ୍ରକାର ପ୍ରୋବାଇଓଟିକ୍ ରହିଥାଏ ଯାହାକି ଶରୀର ପାଇଁ ଉପକାରୀ ବ୍ୟାକ୍ଟେରିଆର ବୃଦ୍ଧିରେ ସହାୟକ ହୁଏ। ଖରାପ ବ୍ୟାକ୍ଟେରିଆରୁ ଶରୀରକୁ ରକ୍ଷା କରିବାରେ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ।

-ଛେଳି କ୍ଷୀରରେ ଛୋଟ ଛୋଟ ଫ୍ୟାଟ ପାର୍ଟିକଲ ଥାଏ। ଏଥିରେ ଥିବା ପ୍ରୋଟିନ୍ ଛୋଟ ପିଲାଙ୍କୁ କ୍ଷୀର ପିଇବା ପରେ ହେଉଥିବା ବାନ୍ତିରୁ ରକ୍ଷା କରେ।

-ଗାଈ କ୍ଷୀର ଅପେକ୍ଷା ଛେଳି କ୍ଷୀରରେ ସେଲେନିୟମ,ନିୟାସିନ୍ ଏବଂ ଭିଟାମିନ୍ ଏର ମାତ୍ରା ଅଧିକ ରହିଥାଏ।

-ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଗାଈ କ୍ଷୀର ଅପେକ୍ଷା ଛେଳି କ୍ଷୀରରେ ଆଲର୍ଜି ବୃଦ୍ଧି କରିବାର ତତ୍ତ୍ୱ ନଥାଏ। ସେହିପରି ଲାକ୍ଟୋଜର ମାତ୍ରା ଖୁବ୍ କମ୍ ଥାଏ।

-ଶିଶୁମାନଙ୍କ ପରି ବଡ଼ମାନେ ମଧ୍ୟ ଏହାକୁ ଖାଇପାରିବେ । ନିୟମିତ ଭାବେ ଛେଳି କ୍ଷୀର ପିଇଲେ ଉଚ୍ଚ ରକ୍ତଚାପ ବି ନିୟନ୍ତ୍ରିତ ହେବ।

Comment